Masthead

ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବଢିବ ମୁଦ୍ରାସ୍ଫୀତି । ଚଳିତ ଆର୍ଥିକ ବର୍ଷରେ ଦରଦାମ ୫ ଦଶମିକ ୧ ପ୍ରତିଶତରୁ ୫ ଦଶମିକ ୪ ପ୍ରତିଶତ ବଢିବ ବୋଲି ଆକଳନ କରିଛି ଆରବିଆଇ । କିନ୍ତୁ ରେପୋ ରେଟ ତଥା ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏବେ ୬ ଦଶମିକ ୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍ । ଲଗାତାର ତୃତୀୟ ଥର ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ ।

ଏ ନେଇ ଆଇବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରଖାଯାଇଥିବାରୁ ଇଏମଆଇ ଏବଂ ଋଣ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ତେବେ ମୁଦ୍ରସ୍ଫିତି ଗତ ମେ ମାସରେ ୪ ଦଶମିକ ୩ ପ୍ରତିଶତ ଥିବା ବେଳେ ଜୁନରେ ୪ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି ।

ଅଗଷ୍ଟ ମାସରେ ଆହୁରୀ ଦରଦାମ ବଢିବା ନେଇ ଆକଳନ କରାଯାଇଛି । ଟମାଟୋ ଦର ବଢିବା ନେଇ ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏହା ସ୍ୱଳ୍ପ ଅବଧି ବଢିଛି । ଆଗାମୀ ମାସରେ ଦର କମିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼