Masthead

ସୁସ୍ଥ ହୋଇ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   କଟକର ମହାନଦୀ ମୁଣ୍ଡଳିଠାରେ ଘଟିଥିବା ବୋଟ ଦୁର୍ଘଟଣାରେ ଗୁରୁତର ଥିବା ଓଟିଭିର କ୍ୟାମେରମ୍ୟାନ ପ୍ରଭାତ ସିହ୍ନା ଆଜି ମେଡିକାଲରୁ ଡିସଚାର୍ଜ ନେଇଛନ୍ତି । ଘଟିଥିବା ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୂଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଗୁରୁତର ଥିବା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ୩ ଦିନ ଧରି ସେ ଚିକିତ୍ସା ହେଉଥିଲେ । ଆଉ ଆଜି ସେ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ସୁସ୍ଥ ହେବା ପରେ ଦୁଃଖ ପ୍ରକାଶ କହିଛନ୍ତି ଯେ , ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ରିପୋର୍ଟିଂ କରିବାକୁ ଯାଉ । ହେଲେ ଆଜି ସେ ନାହାନ୍ତି।  ମୁଁ ସୁସ୍ଥ ହୋଇ ଘରକୁ ଫେରିଛି ।ହେଲେ ମନରେ ଦୁଃଖ ରହିଗଲା ଯେ ଅରିନ୍ଦମ ଭାଇ ରହିଲେ ନାହିଁ । ଭଗବାନ ମୋତେ ରଖିଲେ ହେଲେ ତାକୁ ନେଇଗଲେ । ତାହା ସବୁଠୁ କଷ୍ଟକର ମୋ ପାଇଁ। ସବୁଦିନ ପାଇଁ ମନରେ ଏହି ଦୁଃଖ ରହିବ ।

ସୂଚନା ଅନୁସାରେ ଗତ ୨୪ ତାରିଖରେ ମହାନଦୀ ମୁଣ୍ଡଳିଠାରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ସହ ବୋଟରେ ଓଟିଭିର କ୍ୟାମେରା ମ୍ୟାନ ଓ ଚିଫ ରିପୋର୍ଟର ନ୍ୟୁଜ କଭର କରିବା ପାଇଁ ଯାଇଥିଲେ । କିନ୍ତୁ ନଦୀର ପ୍ରଖର ସୁଅରେ ବୋଟ୍ ଓଲଟି ପଡିଥିଲା । ଫଳରେ ଓଡ୍ରାଫ ଟିମର ଜଣେ ସଦସ୍ୟ ସୀତାରାମ ମୁର୍ମୂ, ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ପ୍ରଭାତ ସିହ୍ନାଙ୍କ ସମେତ ୫ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ