Masthead

ସ୍କୁଲ ବାରଣ୍ଡାରେ ପିଲାଙ୍କ ଭବିଷ୍ୟତ

ଯାଜପୁର (ବଡ଼ ଖବର ବ୍ୟୁରୋ): ଶ୍ରେଣୀ ଗୃହ ଅଭାବରୁ ସ୍କୁଲ ବାରଣ୍ଡାରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ । ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୧୧୬ ଛାତ୍ରଛାତ୍ରୀ ଯାହାଦ୍ୱାରା ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ୍ୟ ହେଉଛନ୍ତି । ଗୋଟିଏ ପଟେ ଶ୍ରେଣୀ ଗୃହର ଅଭାବ ଥିବାବେଳେ ଅନ୍ୟପଟେ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି ପୁରୁଣା ଶ୍ରେଣୀଗୃହ ଗୁଡିକ । ଯାହା ଦ୍ୱାରା ପିଲାମାନଙ୍କ ଜୀବନପ୍ରତି ବିପଦ ଥିବା ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଶାସନପଡ଼ା ସ୍ଥିତ ମଧୁସୂଧନ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସମୁଦାୟ ୨୧୬ ପିଲା ପାଠ ପଢୁଥିବା ବେଳେ ସମୁଦାୟ ପାଞ୍ଚଜଣ ଶିକ୍ଷକ ଅଛନ୍ତି ଯାହା ଦ୍ୱାରା ଶିକ୍ଷକ ଅଭାବରୁ ବି ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଏ ନେଇ ସ୍ଥାନୀୟ ଅଭିଭାବକମାନେ ବାରମ୍ବାର ଅଭିଯୋଗ କରିବା ପରେ ବି ଏଥିପ୍ରତି ତିଳେହିଁ କର୍ଣ୍ଣପାତ କରୁନାହାନ୍ତି ସ୍ଥାନୀୟ ଶିକ୍ଷା ଅଧିକାରୀ, ଯାହାକୁ ନେଇ ଅଭିଭାବକମାନଙ୍କ ଭିତରେ ଜନଅସନ୍ତୋଷ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ