ସ୍କୁଲ ବାରଣ୍ଡାରେ ପିଲାଙ୍କ ଭବିଷ୍ୟତ

ଯାଜପୁର (ବଡ଼ ଖବର ବ୍ୟୁରୋ): ଶ୍ରେଣୀ ଗୃହ ଅଭାବରୁ ସ୍କୁଲ ବାରଣ୍ଡାରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ । ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୧୧୬ ଛାତ୍ରଛାତ୍ରୀ ଯାହାଦ୍ୱାରା ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ୍ୟ ହେଉଛନ୍ତି । ଗୋଟିଏ ପଟେ ଶ୍ରେଣୀ ଗୃହର ଅଭାବ ଥିବାବେଳେ ଅନ୍ୟପଟେ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି ପୁରୁଣା ଶ୍ରେଣୀଗୃହ ଗୁଡିକ । ଯାହା ଦ୍ୱାରା ପିଲାମାନଙ୍କ ଜୀବନପ୍ରତି ବିପଦ ଥିବା ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଶାସନପଡ଼ା ସ୍ଥିତ ମଧୁସୂଧନ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସମୁଦାୟ ୨୧୬ ପିଲା ପାଠ ପଢୁଥିବା ବେଳେ ସମୁଦାୟ ପାଞ୍ଚଜଣ ଶିକ୍ଷକ ଅଛନ୍ତି ଯାହା ଦ୍ୱାରା ଶିକ୍ଷକ ଅଭାବରୁ ବି ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଏ ନେଇ ସ୍ଥାନୀୟ ଅଭିଭାବକମାନେ ବାରମ୍ବାର ଅଭିଯୋଗ କରିବା ପରେ ବି ଏଥିପ୍ରତି ତିଳେହିଁ କର୍ଣ୍ଣପାତ କରୁନାହାନ୍ତି ସ୍ଥାନୀୟ ଶିକ୍ଷା ଅଧିକାରୀ, ଯାହାକୁ ନେଇ ଅଭିଭାବକମାନଙ୍କ ଭିତରେ ଜନଅସନ୍ତୋଷ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ