Masthead

ଚର୍ଚ୍ଚାରେ ଫିଲ୍ମ ‘କିଙ୍ଗ ଅଫ କୋଠା’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନେତା ଦୁଲକର ସଲମାନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ ଅଫ କୋଠା’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ପୂର୍ବ ଫିଲ୍ମ ‘ସୀତା ରାମମ’ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା । ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିଛିଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ବର୍ତ୍ତମାନ ଫ୍ୟାନ୍ସମାନଙ୍କ ଉତ୍ସାହକୁ ଦେଖି ନିର୍ମାତାମାନେ ଫିଲ୍ମର ଟ୍ରେଲରକୁ ରିଲିଜ କରିଛନ୍ତି । କହିବାକୁ ଗଲେ ଅଭିନେତା ନିଜ ରୋମାଣ୍ଟିକ ଫିଲ୍ମ ପାଇଁ ଖୁବ ଜଣାଶୁଣା ମାତ୍ର ଏବେ ଅଭିନେତା, ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ ଯାହାକୁ ନେଇ ଫ୍ୟାନ୍ସମାନେ ଅତ୍ୟନ୍ତ ଖୁସି ଥିବା ଜଣାପଡୁଛନ୍ତି।

ଫିଲ୍ମରେ ରାଜୁ ନିଜ ପିତାଙ୍କ ଭଳି ଗ୍ୟାଙ୍ଗଷ୍ଟର ବା କିଙ୍ଗ ଅଫ କୋଠା ହେବାକୁ ଲକ୍ଷ୍ୟ ରଖିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାର କ୍ରେଜ ଦେଖିବାକୁ ମିଳିଛି । ବଲିଉଡ ବାଦଶାହ ଶାହାରୁଖ ଖାନ ମଧ୍ୟ ଦୁଲକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଭରପୁର ଆକ୍ସନ ରହିବ ବୋଲି କୁହାଯାଉଛି । ଟ୍ରେଲର ଦେଖିବାପରେ ଫ୍ୟାନ୍ସମାନେ କହିଛନ୍ତି ଯେ ଫିଲ୍ମଟି ଭାରତରେ ସୁପରହିଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ