Masthead

ତୁଟିଲା ପର୍ଶୁରାମଙ୍କୁ ଅସମ୍ମାନ ଘଟଣାର ବିବାଦ, ପ୍ରତ୍ୟାହୃତ ହେଲା ୨୫ ଦିନର ଧାରଣା

ବଲାଙ୍ଗିର (ବଡଖବର ବ୍ୟୁରୋ):ବିଧାୟକ ସରୋଜ ମେହେର ପର୍ଶୁରାମଙ୍କୁ ଅସମ୍ମାନ ଘଟଣାରେ ଚାଲିଥିବା ବିବାଦ ତୁଟିଛି । ଏଥିସହ ଦୀର୍ଘ ୨୫ ଦିନ ଧରି ଧାରଣାରେ ବସିଥିବା ହିନ୍ଦୁ ସମାଜ ଜାଗରଣ ମଞ୍ଚ ଆନ୍ଦୋଳନରୁ ଓହରିଛି । ରାସ୍ତା ମଝିରୁ ବିଜୁ ବାବୁଙ୍କ ମୂର୍ତ୍ତୀ ହଟିବା ସହ ରାସ୍ତା କଡରେ ଉଭୟ ବିଜୁ ଓ ପର୍ଶୁରାମଙ୍କ ମୂର୍ତ୍ତୀ ସ୍ଥାପନ ନେଇ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଏପରିକି ବ୍ଲକ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରିବା ପାଇଁ ଏନ୍ଏସିକୁ ମଧ୍ୟ ଆଦେଶ ଦେଇଛନ୍ତି ।

ଏହା ପୂର୍ବରୁ ହିନ୍ଦୁ ସମାଜ ଜାଗରଣ ମଞ୍ଚ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ , ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଓ ବିଧାୟକ ସରୋଜ ମେହେରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରାସ୍ତା ମଝିରୁ ବିଜୁ ମୂର୍ତ୍ତୀ ହଟାଇ ରାସ୍ତା କଡରେ ପର୍ଶୁରାମ ଓ ବିଜୁ ମୂର୍ତ୍ତୀ ସ୍ଥାପନ କଥାରେ ବିଧାୟକ ରାଜି ହୋଇଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟରେ ହିନ୍ଦୁ ସମାଜ ଜାଗରଣ ମଞ୍ଚ ଓ ପାଟଣାଗଡ଼ ପ୍ରଶାସନିକ ଅଧିକାରୀଙ୍କ ପକ୍ଷ ଶୁଣିଥିଲେ । ଜିଲ୍ଲାପାଳ ଓ ଏବଂ ରାସ୍ତା କଡରେ ପର୍ଶୁରାମ ଓ ବିଜୁ ମୂର୍ତ୍ତୀ ସ୍ଥାପନ ନେଇ ଆଦେଶ ଦେଇଥିଲେ ।

ତେବେ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଭଗବାନ ପର୍ଶୁରାମଙ୍କ ଫଟୋକୁ ସମ୍ମାନର ସହ ବଳଦେବଜୀଉ ମନ୍ଦିରକୁ ନିଆଯାଇଥିଲା । ଏହାପରେ ହିନ୍ଦୁ ଜାଗରଣ ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଥିଲା । ତେବେ ପ୍ରଶାସନ ଦେଇଥିବା ଦୁଇ ମାସ ସମୟ ମଧ୍ୟରେ ଯଦି ସମସ୍ୟାର ସମାଧାନ ନ ହୁଏ ଜାଗରଣ ମଞ୍ଚ ପୁଣି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ