Masthead

3-2ରେ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ ଦଳ । ୩-୨ରେ ସିରିଜ ଜିତିଛି ଘରୋଇ ଦଳ । ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ରୋମାରିଓ ସେଫର୍ଡାଙ୍କ ଚମକôାର ବୋଲିଂ, ବ୍ରାଣ୍ଡନ କିଙ୍ଗ ଓ ନିକୋଲାସ ପୂରନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିପକ୍ଷରେ ଓ-୨୦ ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ । ସୁର୍ଯ୍ୟକୁମାରଙ୍କ ଚମକ ପରେ ବି ହାରିଲା ଭାରତ । ନିର୍ଣ୍ଣାୟକ ଲଢେଇରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୮ ୱିକେଟରେ ପରାସ୍ତ ହୋଇଛି ଭାରତ । ୧୭ ବର୍ଷ ପରେ ୱେଷ୍ଟଇଣ୍ଡିଜଠୁ ସିରିଜ ହାରିଛି ଟିମ ଇଣ୍ଡିଆ । ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୪ର୍ଥ ଓି-୨୦ରେ ଦଳକୁ ଜିତାଇଥିବା ଯଶସ୍ୱୀ ଜୟଶ୍ୱାଲ ଓ ଶୁଭମନ ଗିଲ ପଞ୍ଚମ ଟି-୨୦ରେ ବିଫଳ ହୋଇଥିଲେ । ଦୁଇ ଓପନର ୫ ଓ ୯ ରନ କରି ପାଭିଲିୟନ ଫେରିଥିଲେ ।

ସୂର୍ୟ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା। ପୂର୍ବ ରାତିରେ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୧୬୫ ରନ୍‌ ସଂଗ୍ରହ କରିଥିବା ବେଳେ ୨୪ ଘଣ୍ଟା ପରେ ଦଳ ମୋଟ ୧୬୫ ରନ୍‌ ପାଇଁ ୯ ୱିକେଟ୍‌ ହରାଇ ଦେଇଥିଲା। ତୃତୀୟ ଓଭର ଏବଂ ୧୭ ରନ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଗିଲ୍‌ ଓ ଜୟସ୍ବାଲ ପ୍ୟାଭିଲିଅନ୍ ଫେରିଯାଇଥିଲେ। ସୂର୍ୟ୍ୟକୁମାର ଏବଂ ତିଳକ ବର୍ମା ୫ ଓଭରରେ ୪୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ତିଳକଙ୍କ ବିଦାୟ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ସୂର୍ୟ୍ୟଙ୍କ ୩୮ ବଲ୍ ଅର୍ଦ୍ଧଶତକ ବିଶେଷ ଫରକ ପକାଇପାରିନଥିଲା। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍‌ ନଷ୍ଟ କରି ମାତ୍ର ୧୪ ରନ୍ କରିବା ଦଳକୁ ତଳମୁହାଁ ରଖିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ସେଫର୍ଡ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକିଲ ହୋସେନ୍‌ ଏବଂ ଜାସନ୍ ‌ହୋଲ୍‌ଡର ୨-୨ ୱିକେଟ୍ ନେଇ ଭାରତକୁ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’