Masthead

ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଭଲ ନାହିଁ

ପିପିଲି(ବଡ଼ ଖବର ବ୍ୟୁରୋ): ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିର୍ବାଚିତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଲୋକସେବା ଭବନର ନାକ ତଳେ ଥିବା ପିପିଲିରେ । ପିପିଲି ଡାକ୍ତରଖାନା ଉପରେ ୫୦ହଜାରରୁ ଅଧିକ ରୋଗୀ ନିର୍ଭର କରିଥାନ୍ତି । ପିପିଲି ଠାରୁ ମଙ୍ଗଳପୁର ହସ୍ପିଟାଲ୍ ପ୍ରାୟ ୧୨କିଲୋମିଟର । ସେହିପରି ବାଳକାଟି ହସ୍ପିଟାଲ୍ ୧୬କିମି ଦୂର । ତେଣୁ ରୋଗୀ ପିପିଲି ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି ।

ମାତ୍ର ଦୁଃଖ ଓ ପରିତାପର ବିଷୟ କରୋନା ଆଳରେ ଏ ମାସ ହେବ ପିପିଲି ହସ୍ପିଟାଲରୁ ବନ୍ଦ କରିଦିଆଯାଇଛି । ଅନେକ ରୋଗୀ ସ୍ୱାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଛନ୍ତି । ରୋଗୀ ଆସିଲେ ଏଠାରେ କୌଣସି ସୁବିଧା ନମିଳିବାରୁ ଅବସ୍ଥା ସଙ୍ଗିନ ହୋଇପଡୁଛି । ପିପିଲି ନିକଟ ଦେଇ ଜାତୀୟ ରାଜପଥ ଯାଇଥିବାରୁ ଅନେକ ଦୁର୍ଘଟଣାଗ୍ରସ୍ତ ହୋଇ ଆସୁଥିବା ବେଳେ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି । ପ୍ରଶାସନ ଯଥାଶୀଘ୍ର ହସ୍ପିଟାଲ୍ ଖୋଲିବାକୁ ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର