Masthead

ରାଗିଙ୍ଗକୁ ପ୍ରତିବାଦ କରି ଥାନାରେ ଦୁଇ ଛାତ୍ରୀ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କଲେଜ କ୍ୟାମ୍ପସରୁ ରାଗିଙ୍ଗ ବନ୍ଦ ପାଇଁ ସରକାର କଠୋରରୁ କଠୋର କଟକଣା ଜାରି କରିଥିଲେ ମଧ୍ୟ ଜଗତସିଂହପୁର ଜିଲା ଜାମୁଗାଁ ଠାରେ ଥିବା ପଲି ଟେକ୍ନିକ କଲେଜରେ ଏହାର କୌଣସି ପ୍ରଭାବ ପଡୁ ନଥିବାର ଦେଖିବାକୁ ମିଳିଛି । ଏହି କଲେଜର ହଷ୍ଟେଲରେ ରହୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଉପର ଶ୍ରେଣୀର ଛାତ୍ରୀ ମାନେ ରାଗିଙ୍ଗ କରିବା ସହ ସେମାନେ ହଷ୍ଟେଲ ରୁମ ଭିତରେ ସିଗାରେଟ ଟାଣୁ ଥିବାର ମିଥ୍ୟା ଆରୋପ ଲଗାଇ କଲେଜ ଅଧକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ।କଲେଜ ଅଧକ୍ଷା ଏହାର ସଠିକ ତଦନ୍ତ ନକରି ରାଗିଙ୍ଗର ଶିକାର ହୋଇଥିବା ଦୁଇ ଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରିଦେଇଥିବାର ଅଭିଯୋଗ ହୋଇଛି ।

ଏ ବାବଦରେ ଦୁଇ ଛାତ୍ରୀ ଓ ତାଙ୍କର ଅବିଭାବକ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ କଲେଜରେ ଦୀର୍ଘ ଦିନ ହେଲା ହଷ୍ଟେଲରେ ରହୁଥିବା ବରିଷ୍ଠ ଛାତ୍ରୀ ମାନେ କନିଷ୍ଠ ଛାତ୍ରୀ ମାନଙ୍କୁ ରାଗିଙ୍ଗ କରି ଆସୁଥିବା ବେଳେ ଭୟରେ କେହି ମୁହଁ ଖୋଲୁ ନାହାଁନ୍ତି ।ଦ୍ୱିତୀୟ ବର୍ଷର ଏହି ଦୁଇ ଜଣ ଛାତ୍ରୀ ରାଗିଙ୍ଗକୁ ପ୍ରତିବାଦ କରିବାରୁ ବରିଷ୍ଟ ଛାତ୍ରୀ ମାନେ ସେମାନଙ୍କୁ ବାରମ୍ବାର ହଇରାଣ କରିବା ସହ ଦୁଇ ଜଣ ଛାତ୍ରୀ ହଷ୍ଟେଲ ରୁମ ଭିତରେ ସିଗାରେଟ ଟାଣୁ ଥିବାର ଅଧ୍ୟକ୍ଷାଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିଲେ।ପରେ ଅଧକ୍ଷା ଏହି ଦୁଇ ଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରି ଦେଇଥିବାର ଏମାନେ ଅଭିଯୋଗ କରିଛନ୍ତି । ଏ ବାବଦରେ ଅଧକ୍ଷାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ