Masthead

ସ୍ୱାଧୀନତାର ମହାନ ବଳିଦାନର ଗାଥା ରକ୍ତତୀର୍ଥ ଇରମ

ଭାରତର (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମରେ ଅନେକ ଝାସ ଦେଇଛନ୍ତି । ସଂଗ୍ରାମୀଙ୍କ ରକ୍ତରେ ଲାଲ ହୋଇଛି ଭାରତମାତାର କାନି । ଇତିହାସ ପୃଷ୍ଠା ଓଲଟାଇଲେ ଓଡ଼ିଶାର ଇରମରେ ଇଂରେଜ ସରକାରର ନରସଂହାର ଏବେ ବି ପ୍ରତିଟି ଭାରତୀୟଙ୍କୁ ଜାତିପ୍ରେମ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛି । ଦେଶପ୍ରେମ ଆଗରେ ଜୀବନ ତୁଚ୍ଛ । ଜୀବନ ଯାଉପଛେ ଦେଶ ସ୍ୱାଧୀନ ହେଉ । ଇଂରେଜ ହଟନ୍ତୁ । ଏହି ଭାବଧାରାରେ ଉଦବୁଦ୍ଧ ହୋଇଥିଲେ ବାଲେଶ୍ୱର ଜିଲ୍ଲା ଅଧୁନା ଭଦ୍ରକ ଜିଲ୍ଲାର ସଂଗ୍ରାମୀମାନେ । ସେମାନଙ୍କ ହୃଦୟରେ ପ୍ରତିମୁହୂର୍ତ୍ତରେ ବାପୁଙ୍କ ବାଣୀ ପ୍ରତିଧ୍ୱନିତ କରୁଥିଲା । ମରିବୁ ପଛେ ହଟିବୁ ନାହିଁ । ୧୯୪୨ ମସିହା ସେପ୍ଟେମ୍ବର ୨୮ । ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ଶହ ଶହ ସ୍ୱାଧୀନତା ସଂଗ୍ରାମୀ ବର୍ତ୍ତମାନର ଭଦ୍ରକ ଜିଲ୍ଲା ବାସୁଦେବପୁରର ଇରମ ମେଳନ ପଡିଆରେ ଏକଜୁଟ ହୋଇଥିଲେ ।

ଇଂରେଜ ସରକାରଙ୍କ ବିରୋଧରେ ଯୋରଦାର ନାରାବାଜୀ କରିଥିଲେ । ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଇରମ । ହଠାତ ଗୋରା ସିପାହୀ ସେଠାରେ ପହଞ୍ଚô ଅଖିବୁଜା ଗୁଳିମାଡ଼ କରିଥିଲେ । କେହି କିଛି ବୁଝିବା ଆଗରୁ ଟଳି ପଡିଲେ ୨୯ସ୍ୱାଧୀନତା ସଂଗ୍ରାମୀ । ଆହତ ହୋଇଥିଲେ ୫୬ ଜଣ । ରକ୍ତ ରଂଜିତ ହୋଇଥିଲା ଇରମ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଥିଲେ । ସେଦିନର ମହାସଂଗ୍ରାମ ଲେଖିଥିଲା ସ୍ୱାଧୀନତାର ଆଉ ଏକ ନୂଆ ଅଧ୍ୟାୟ । ଇଂରେଜ ବିରୋଧରେ ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ଏକଜୁଟ ହେଲେ । ଟଳମଳ ହୋଇପଡିଥିଲା ଇଂରେଜ ଶାସନ । ପୂର୍ଣ୍ଣ ସ୍ୱାଧୀନତା ଦାବିରେ ଶୁଭୁଥିଲା ବଜ୍ରନାଦ । ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନର ମୁକସାକ୍ଷୀ ହୋଇ ରହିଛି ଇରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ