ବରୀ (ବଡ଼ ଖବର ବ୍ୟୁରୋ): ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଝାମ୍ପି ନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଂଚାୟତ ପାଲଟପୁର ଗ୍ରାମରେ । ମୃତକ ହେଲେ ଜୋସ୍ନା ଜେନା । ଜୋତ୍ସ୍ନା ସକାଳୁ ଶୌଚ ହେବାକୁ ବିରୂପା ନଦୀକୁ ଯିବାବେଳେ କୁମ୍ଭୀର ଝାମ୍ପି ନେଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି ।
ସେପଟେ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ବନବିଭାଗ ଉପରେ ଖପ୍ପା ହୋଇଛନ୍ତି। ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁ ଏଭଳି ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବରୀ ପୋଲିସ, ଏବଂ ବରୀ ଅଗ୍ନିଶମ ବାହିନୀ ପହଞ୍ଚି ଗୋଟେ ଗୋଡ଼ ନଦୀକୂଳରୁ ଉଦ୍ଧାର କରିଛି ।