Masthead

ମନେପଡ଼ନ୍ତି ବାଜପେୟୀ…

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୂଣ୍ୟତିଥି । ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୬ରେ ୧୩ ଦିନ ପାଇଁ, ୧୯୯୮ ୧୩ ମାସ, ୧୯୯୯ରେ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୮ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ପୋଖରାନରେ ଆଣବିକ ପରିକ୍ଷଣ ହୋଇଥିଲା । ପଡୋଶୀ ଦେଶମାନଙ୍କ ସହ ସୁସମ୍ପର୍କ ପାଇଁ ସେ ସର୍ବଦା ଚେଷ୍ଟା କରି ଆସୁଥିଲେ । ଲାହୋରକୁ ବସରେ ଯାଇ ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହିତ ଆଲୋଚନା କରିଥିଲେ । ଏପରିକି କାରଗିଲ ଯୁଦ୍ଧ ପରେ ତତକାଳୀନ ପାକିସ୍ତାନ ମୁଖ୍ୟ ପରବେଜ ମୁସାରଫକୁ ଆଗ୍ରା ଶିଖର ବୈଠକ ପାଇଁ ମିନନ୍ତ୍ରଣ କରିଥିଲେ ।

ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଭାରତୀୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । ୧୯୫୫ରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢିଥିଲେ । ପରାଜିତ ହୋଇଥିଲେ ସତ କିନ୍ତୁ ପରବର୍ତ୍ତି ସମୟରେ ୧୯୫୭ରେ ନିର୍ବାଚନ ଜିତି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଅଟଳ ବିହାରୀ ବାଜପେୟୀ । ସେ ୧୦ ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ ଥର ରାଜ୍ୟ ସଭା ସାଂସଦ ହୋଇଛନ୍ତି । ୨୦୧୫ରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ଗ୍ୱାଲିୟରରେ ଜନ୍ମଲାଭ କରିଥିଲେ ବାଜପେୟୀ ।

୨୦୧୮ ଅଗଷ୍ଟ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ଆଜି ତାଙ୍କ ପୂଣ୍ଣ୍ୟତିଥିରେ ନୂଆଦିଲ୍ଲୀ ସ୍ଥିତ ସ୍ମୃତି ପୀଠରେ ସଦୈବ ଅଟଳରେ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା । ପ୍ରାଥନା ସଭାରେ ମହିମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାମ୍ସ୍ୃତି ପୀଠରେ ପୁଷ୍ପ ମାଲ୍ୟ ଦେଇ ସ୍ମୃତିଚାରଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା