ଭେଟଘାଟକୁ ରାଜନୀତିକ ରଙ୍ଗ ଦିଆନଯାଉ: ଅଜିତ ପାୱାର

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ): ଅଜିତ୍ ଓ ଶରଦ ପାୱାରଙ୍କ ଗୁପ୍ତ ବୈଠକକୁ ନେଇ ହଟଚମଟ ରାଜନୀତି । ମୁମ୍ବାଇରେ ବିରୋଧୀ ମେଣ୍ଟର ପରବର୍ତ୍ତୀ ବୈଠକ ଥିବାବେଳେ ଏହାପୂର୍ବରୁ ମେଣ୍ଟର ପ୍ରମୁଖ ସଦସ୍ୟ ଶରଦଙ୍କ ଏହି ଭେଟଘାଟ ସନେ୍ଦହ ସୃଷ୍ଟି କରୁଛି । ତେବେ ଏହାରି ଭିତରେ ଏନସିପି ସୁପ୍ରିମୋ ଦାଦା ଶରଦଙ୍କ ସହ ସାକ୍ଷାତକାର ସମ୍ପର୍କରେ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ମଙ୍ଗଳବାର ସେ କୋହ୍ଲାପୁର ଠାରେ ଗଣମାଧ୍ୟମକୁ କହିଛନ୍ତି, ”ମୁଁ କୌଣସି ଗୁପ୍ତ ବୈଠକରେ ସାମିଲ ହୋଇନି । ମସଲା ମାରି କାହାଣୀ ତିଆରି କରନ୍ତୁ ନାହିଁ । ଶରତ ପାୱାର ଆମ ପରିବାରର ମୁଖିଆ । ଏହି ଭେଟଘାଟକୁ ରାଜନୀତିକ ରଙ୍ଗ ଦିଅନ୍ତୁନି । ମୁଁ କେଉଁଠି ଲୁଚି ନଥିଲି । କେବେ ମୁଁ ଲୁଚିଥିଲି ମୋତେ କୁହନ୍ତୁ ? ”

ସେ ଆହୁରି ମଧ୍ୟ କହିଛନ୍ତି ଚୋରଡିଆଙ୍କ ସହ ଆମର ଦୁଇ ପିଢିର ସମ୍ପର୍କ ରହିଛି । ତାଙ୍କର ବାପା ପାୱାର ସାହାବଙ୍କ ସହପାଠୀ ଥିଲେ । ଚୋରଡିଆ ଶରଦ ପାୱାରଙ୍କ ରାତ୍ରିଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ । ମୁଁ ସେ କାରରେ ନଥିଲି । ଗାଡିରେ ଜୟନ୍ତ ପାଟିଲ ପାୱାରଙ୍କ ସହ ଥିଲେ । ମୁଁ ଶରଦ ପାୱାରଙ୍କ ପୁତୁରା, ସେଥିପାଇଁ କିଛି ଲୋକ ଅଯଥା ଏଭଳି ପ୍ରଚାର କରି ଭୁଲ୍ ବୁଝାମଣା ସୃଷ୍ଟି କରୁଛନ୍ତି । ସେପଟେ ଏହି ଘଟଣାକୁ ନେଇ ଶରଦ ପାୱାର କହିଥିଲେ ମୋ ପୁତୁରାକୁ ସାକ୍ଷାତ କରିବାରେ ଅସୁବିଧା କ’ଣ । ମୁଁ ମୋ ପରିବାର ସଦସ୍ୟଙ୍କୁ କ’ଣ ଭେଟି ପାରିବିନି ବୋଲି ପ୍ରଶ୍ନ କରିଛନ୍ତି ଶରଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!