Masthead

୯ ଦଫା ଦାବି ନେଇ ୧୮ରେ ରାଜ୍ୟବ୍ୟାପି ଘେରଉ କରିବ କଂଗ୍ରେସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୮ ତାରିଖରେ ବ୍ଲକ ଘେରାଉ କରିବାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ମୁଖ୍ୟ ପ୍ରଚାରକ ବିଜୟ ପଟ୍ଟନାୟକ କହିଛନ୍ତି ଯେ ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ ଶାସନ କରିଆସୁଛି ବିଜେଡି ସରକାର । ଯୋଜନା ପରେ ଯୋଜନା ଆଣୁଛି ଏ ସରକାର। ନିର୍ବାଚନ ସରିଲେ ଯୋଜନା ସରିଲା । ଅଗଷ୍ଟ ୧୮ରେ ରାଜ୍ୟବ୍ୟାପୀ ୩୧୪ବ୍ଲକ ଘେରାଉ କରିବ ଦଳ । ୯ଦଫା ଦାବି ନେଇ ଘେରାଉ କରିବ ଦଳ।

ଇଲେକ୍ଟ୍ରିକ ସିଟି ନାରେ ୧୫ହଜାରରୁ ଉର୍ଦ୍ଧ କୋଟି ଆତ୍ମସାତ କରି ଏବେ ସଫାଇ ଦେଉଛି ବିଜେଡି। ଯଦି ତାଙ୍କ କଥା ସତ୍ୟ ତେବେ ସ୍ୱତପତ୍ର ରାଜ୍ୟବାସୀଙ୍କ ଆଗରେ ରଖିବା ସହ ପାୱାର କଟ ବନ୍ଦ କରି ଦେଖାଉ ସରକାର । ବିଲ ନାରେ ହିତାଧିକାରୀଙ୍କୁ ଶୋଷଣ କରିବା ବନ୍ଦ କରୁ ଏ ସରକାର । ରାଜ୍ୟରେ ୨ଲକ୍ଷରୁ ଉର୍ଦ୍ଧ ପଦବୀର ଚାକିରି ଖାଲି ପଡ଼ିଛି । ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉ ସରକାର । କଟନି ଛଟନି କରି ଆଉ ଚାଷୀଙ୍କୁ ନମାରୁ ସରକାର। ଦରଦାମ ବୃଦ୍ଧି ପାଇଁ ଆଜି ସମସ୍ତଙ୍କ ମୁଣ୍ଡରେ ବୋଝ ହୋଇପଡିଛି ହାଣ୍ଡି ସାଳକ ମାଡ଼। ନାରୀ ସଶକ୍ତି ମହିଳାଙ୍କୁ ସମ୍ମାନ କଥା ମଣିପୁର ଘଟଣାରେ କଣ ଭୁଲି ଗଲା କି ବିଜେଡି।

ଜନସାଧାରଣଙ୍କ ନାର‌୍ୟ୍ୟଦାବି ପାଇଁ ରାଜରାସ୍ତାରେ ଲଢେଇ କରିବ ଦଳ। ଜିଲ୍ଲାର ସମସ୍ତ ବ୍ଲକରେ କଂଗ୍ରେସ ପକ୍ଷରୁ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରିବ ଦଳ। କଂଗ୍ରେସ ସମୟରେ ହିଁ ଓଡ଼ିଶାରେ ଜଳସେଚନ ହୋଇପାରିଛି । ନବୀନ ପଟ୍ଟନାୟକଙ୍କ ସରକାର ବାହସ୍ପଟ ମାରିଲେ ହେଲେ ଜଳସେଚନ ପ୍ରକଳ୍ପ କୁଆଡେ ଗଲା ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ।ସରକାର କହୁଛନ୍ତି ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ ହେଲେ ରାଜ୍ୟବାସୀ ଆଜିବି ପାୱାର କଟର ସମ୍ମୁଖୀନ ହେଉଛନ୍ତି। ଖାଲି ଭୁଆ ବୁଲାଇ ଲପିପପ ଦେଉଛନ୍ତି ସରକାର। ଏ ଘେରାଉ କଂଗ୍ରେସର ନୁହେଁ ଏ ଘେରାଉ ଜନତାଙ୍କର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍