Masthead

ଡୋପ ଟେଷ୍ଟରେ ବିଫଳ ହେବା ପରେ ୪ ବର୍ଷ ପାଇଁ ବାସନ୍ଦ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ । ଡୋପ ଟେଷ୍ଟରେ ବିଫଳ ହେବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି। ଜାନୁୟାରୀ ୩ ତାରିଖରୁ ଦୂତି ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ।

ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା। ୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ୟ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି