Masthead

୨୦୨୪ରେ ଆମେଥିରୁ ନିର୍ବାଚନ ଲଢ଼ିବେ ରାହୁଲ

ବାରାଣାସୀରେ ହାଇଭୋଲଟେଜ ଫାଇଟ; ମୋଦୀଙ୍କ ବିପକ୍ଷରେ ଲଢ଼ିବେ ପ୍ରିୟଙ୍କା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):୨୦୨୪ ସାଧାରଣ ନିର୍ବାଚନ । ଏଥର ବି ଆମେଥିରେ ହେବ ଜୋରଦାର ଲଢେଇ । ପୁଣି ଆମେଥିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧି । ୨୦୧୯ରେ ଆମେଥିରେ ରାହୁଲଙ୍କୁ ହରାଇଛନ୍ତି ସ୍ମୃତି ଇରାନୀ । ଏଥର କିନ୍ତୁ ରାହୁଲଙ୍କ ପଲ୍ଲା ଭାରି ରହିବ ବୋଲି ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ଏହି ସୂଚନା ଦେଇଛନ୍ତି । ରାହୁଲ ଆମେଥିରୁ ଲଢିବା ନେଇ ସ୍ପଷ୍ଟ କରିଥିବା ବେଳେ ପି୍ରୟଙ୍କା ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ ।

ତେବେ ବାରାଣାସୀରୁ ମୋଦିଙ୍କ ବିପକ୍ଷରେ ପି୍ରୟଙ୍କା ଗାନ୍ଧି ଭଦ୍ରା ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥର ବାରାଣାସୀ ଦେଖିବ ହାଇଭୋଲଟେଜ ଫାଇଟ । ୨୦୧୪, ୨୦୧୯ରେ ବାରାଣସୀର ସାଂସଦ ରହି ଆସିଛନ୍ତି ନରେନ୍ଦ୍ର ମୋଦି । ଯଦି ଚଳିତ ଥର ପି୍ରୟଙ୍କା ଏଠାରୁ ନିର୍ବାଚନ ଲଢନ୍ତି ତେବେ ଲଢେଇ ଜୋରଦାର ହେବ । କଂଗ୍ରେସ ସମ୍ପୂର୍ଣ୍ଣ ବଳ ଗୋଟାଉଛି ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ପାଇଁ । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ୟ୍ୟନ୍ତ ଲଢେଇ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ