Masthead

୨୦୨୪ରେ ଆମେଥିରୁ ନିର୍ବାଚନ ଲଢ଼ିବେ ରାହୁଲ

ବାରାଣାସୀରେ ହାଇଭୋଲଟେଜ ଫାଇଟ; ମୋଦୀଙ୍କ ବିପକ୍ଷରେ ଲଢ଼ିବେ ପ୍ରିୟଙ୍କା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):୨୦୨୪ ସାଧାରଣ ନିର୍ବାଚନ । ଏଥର ବି ଆମେଥିରେ ହେବ ଜୋରଦାର ଲଢେଇ । ପୁଣି ଆମେଥିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧି । ୨୦୧୯ରେ ଆମେଥିରେ ରାହୁଲଙ୍କୁ ହରାଇଛନ୍ତି ସ୍ମୃତି ଇରାନୀ । ଏଥର କିନ୍ତୁ ରାହୁଲଙ୍କ ପଲ୍ଲା ଭାରି ରହିବ ବୋଲି ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ଏହି ସୂଚନା ଦେଇଛନ୍ତି । ରାହୁଲ ଆମେଥିରୁ ଲଢିବା ନେଇ ସ୍ପଷ୍ଟ କରିଥିବା ବେଳେ ପି୍ରୟଙ୍କା ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ ।

ତେବେ ବାରାଣାସୀରୁ ମୋଦିଙ୍କ ବିପକ୍ଷରେ ପି୍ରୟଙ୍କା ଗାନ୍ଧି ଭଦ୍ରା ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥର ବାରାଣାସୀ ଦେଖିବ ହାଇଭୋଲଟେଜ ଫାଇଟ । ୨୦୧୪, ୨୦୧୯ରେ ବାରାଣସୀର ସାଂସଦ ରହି ଆସିଛନ୍ତି ନରେନ୍ଦ୍ର ମୋଦି । ଯଦି ଚଳିତ ଥର ପି୍ରୟଙ୍କା ଏଠାରୁ ନିର୍ବାଚନ ଲଢନ୍ତି ତେବେ ଲଢେଇ ଜୋରଦାର ହେବ । କଂଗ୍ରେସ ସମ୍ପୂର୍ଣ୍ଣ ବଳ ଗୋଟାଉଛି ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ପାଇଁ । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ୟ୍ୟନ୍ତ ଲଢେଇ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ