Masthead

ଧରାପଡିଲେ ଦୁର୍ବୃତ୍ତ

ସୋର (ବଡ଼ ଖବର ବ୍ୟୁରୋ): ଧରାପଡିଲେ ୩ଜଣ କୁଖ୍ୟାତ ଅପରାଧୀ । ସେମାନେ ହେଲେ ସୋର ଥାନା ଭିମେଇ ଅଞ୍ଚଳର ଭରତ ଦାଶ, ରମେଶ ମଲ୍ଲିକ ଓ ନୀଳଗିରି ଅଞ୍ଚଳର ଅଜୟ ସିଂ । ସେମାନଙ୍କ ନିକଟରୁ ୫୦୦ ଗ୍ରାମ ରୁପା, ୨ଟି ମୋବାଇଲ, ୨ଟି ବାଇକ ଓ ନଗଦ ୪୯୦୦ ଟଙ୍କା ଜବତ କରିଛି ସୋର ପୋଲିସ । ଉକ୍ତ ଘଟଣାରେ ଯଡିତ ଦୁଇ ଅଭିଯୁକ୍ତ ପପୁ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଫେରାର ହୋଇଯାଇଛନ୍ତି । ଉଭୟଙ୍କୁ ଧରିବା ଲାଗି ତନାଘନା କରୁଛି ପୋଲିସ । ୫ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସୋର, ନୀଳଗିରି, ଖନ୍ତପଡ଼ା ଓ ସିମୁଳିଆ ଥାନାରେ ଅଭିଯୋଗ ଥିବା ସୂଚନା ଦେଇଛି ପୋଲିସ ।

ଶନିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ଡକାୟତି ହୋଇଥିବା ସୋର ଥାନାକୁ ଖବର ଆସିଥିଲା । ସୋର ଆଇଆଇସି ମଧୁମିତାଙ୍କ ନେତୃତ୍ୱରେ ଏଏସଆଇ ପ୍ରାତାପ କାର୍ଲେ, ଏଏସଆଇ ପ୍ରଦୀପ ମହାନ୍ତିଙ୍କୁ ନେଇ ଗଠିତ ଟିମ୍ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ । ଧରାହୋଇଥିବା ଦୁଇ ଅଭିଯୁକ୍ତ ଦୁଇମାସ ପୂର୍ବରୁ ଜେଲରୁ ମୁକୁଳିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ