Masthead

ପଛରୁ ଆକ୍ରମଣ କରିବା ରଘୁରାମଙ୍କୁ ଶୋଭା ଦେଉନି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି। ରାଜନ ଏପରି ଜଣେ ନେତା ହୋଇଛନ୍ତି,ଯିଏ ଅନ୍ୟର ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିକଟରେ ରାଜନ କହିଥିଲେ, ପ୍ରଡକ୍ସନ ଲିଙ୍କଡ଼ ଇନସେଣ୍ଟିଭ (ପିଏଲ୍‌ଆଇ) ଯୋଜନା ଅଧୀନରେ ଭାରତ ମୋବାଇଲ ଫୋନ ଉତ୍ପାଦନ କରୁନାହିଁ, କେବଳ ସେଗୁଡିକୁ ‘ଆସେମ୍ବଲ’ କରୁଛି। ରାଜନଙ୍କ ଏହି ମନ୍ତବ୍ୟ ଉପରେ ମନ୍ତ୍ରୀ ବୈଷ୍ଣବ ଜବାବ ରଖିଛନ୍ତି।

ବୈଷ୍ଣବ କହିଛନ୍ତି ଯେ, ‘ ଯେତେବେଳେ ଭଲ ଅର୍ଥଶାସ୍ତ୍ରୀ ରାଜନେତା ବନିଯାଆନ୍ତି ସେତେବେଳେ ସେମାନେ ନିଜର ଆର୍ଥିକ ବୁଦ୍ଧିମତ୍ତା ହରାଇବସନ୍ତି । ତେଣୁ ଯେହେତୁ ରଘୁରାମ ଏବେ ଜଣେ ରାଜନେତା ବନିଗଲେଣି ତେଣୁ ତାଙ୍କୁ ଏବେ ସାମ୍ନାକୁ ଆସି ରାଜନୀତି କରିବା ଦରକାର । ଏହାସହ ଖୋଲାଖୋଲି ନିର୍ବାଚନ ମଧ୍ୟ ଲଢିବା ଉଚିତ । ପଛରୁ ଆକ୍ରମଣ କରିବା ରଘୁରାମଙ୍କୁ ଶୋଭା ଦେଉନି’ । ମନ୍ତ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତ ୩୦ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ କରିବ। ଏଥିସହ ତିନୋଟି କମ୍ପାନୀ ଖୁବ ଶୀଘ୍ର ବିଶ୍ୱ ପାଇଁ ମୋବାଇଲ ଫୋନ ଉପାଦାନ ପ୍ରସ୍ତୁତ କରିବେ। ଆଜି ବିଶ୍ୱ ଯୋଗାଣ ଶୃଙ୍ଖଳା ଏତେ ଜଟିଳ ଯେ କୌଣସି ଦେଶ ଏମିତି ନାହିଁ, ଯିଏ କି ୪୦ ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ ଦାବି କରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ