Masthead

ମଧ୍ୟପ୍ରଦେଶରେ ବିଜେପି ଏବଂ କଂଗ୍ରେସକୁ ସୁଯୋଗ ଦିଆଯାଇଛି, ଆପକୁ ଥରେ ସୁଯୋଗ ଦେଇ ଦେଖନ୍ତୁ: କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନ ପାଇଁ ଚାଲିଛି ରଣନୀତି । ନିର୍ବାଚନ ଜିତିବା ପାଇଁ ଅନେକ ନେତା ମନ୍ତ୍ରୀ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏହି କ୍ରମରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜ୍ରିୱାଲ ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଖାଲିି ସେତିକି ନୁହେଁ ମାଗଣା ବିଜୁଳି, ମାଗଣା ଚିକିତ୍ସା ସେବା ଏବଂ ଉନ୍ନତ ମାନର ସ୍କୁଲ୍‌ ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଏକ ସଭାକୁ ସମ୍ବୋଧନ କରି ଆପ ଜାତୀୟ ଆବାହକ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ନିଜ ଝିଆରୀ, ପୁତୁରାଙ୍କୁ ଧୋକ୍କା ଦେଇଥିବା ‘ମାମା’(ଶିବରାଜ)ଙ୍କ ଉପରେ ବିଶ୍ୱାସ ନ କରିବାକୁ କେଜ୍ରିୱାଲ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ। ଭାଷଣ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମାଜର ବିଭିନ୍ନ ବର୍ଗଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ବିଭିନ୍ନ ଦଳ ନିର୍ବାଚନ ବେଳେ ଇସ୍ତାହାରରେ ବିଭିନ୍ନ ପ୍ରତିଶ୍ରୁତି ଘୋଷଣା କରି ପରେ ଭୁଲିଯାଆନ୍ତି। କିନ୍ତୁ କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ନିଶ୍ଚୟ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି କରିଥିଲେ। ମଧ୍ୟପ୍ରଦେଶରେ ବିଜେପି ଏବଂ କଂଗ୍ରେସକୁ ଯଥେଷ୍ଟ ସୁଯୋଗ ଦିଆଯାଇଛି। ଆପକୁ ଗୋଟିଏ ଥର ସୁଯୋଗ ଦେଇ ଦେଖନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି