Masthead

‘ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ସମ୍ବିଧାନକୁ ବଦଳାଇ ‘ନରେନ୍ଦ୍ର ମୋଦି ସମ୍ବିଧାନ’ କରିଦେବେ’

ବିହାର (ବଡ଼ ଖବର ବ୍ୟୁରୋ):  ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ (ଇଣ୍ଡିଆ) ପ୍ରସ୍ତୁତିରେ ଲାଗିପଡିଲାଣି । ଏଯାଏଁ ବିରୋଧୀ ୨ଟି ବଡ ବୈଠକ କରିସାରିଲେଣି । ତୃତୀୟ ବୈଠକ ଖୁବଶୀଘ୍ର ମୁମ୍ବାଇରେ କରିବାକୁ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଆଗକୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ବଛାଯିବ ସେନେଇ କୌଣସି ଘୋଷଣା ହୋଇନାହିଁ । ଅନ୍ୟପଟେ ଜେଡିୟୁ କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ସାମ୍ନାକୁ ଆଣିଛି । ଲୋକେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଜେଡିୟୁ ନେତା ଜମା ଖାନ୍ । ସେପଟେ ନୀତୀଶ କୁମାର ଅନେକ ଥର ମଧ୍ୟ କହିଛନ୍ତି ତାଙ୍କର ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ନାହିଁ ।

ସେ କେବଳ ବିରୋଧୀମାନଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ବୈଠକରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପାଇଁ ନୀତୀଶଙ୍କ ନାମକୁ କୁହାଯାଇଛି । ଯାହାକୁ ନେଇ ଜେଡିୟୁ ନେତା ଜମା ଖାନ କହିଛନ୍ତି ଦେଶର ଜନତା ଚାହୁଁଛନ୍ତି ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ । କିନ୍ତୁ ଏଯାଏଁ ନୀତୀଶ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କହିଛନ୍ତି ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଡ. ବିଆର ଆମ୍ବେଦକରଙ୍କ ଦ୍ୱାରା ହୋଇଥିବା ସମ୍ବିଧାନକୁ ବଦଳାଇ ‘ନରେନ୍ଦ୍ର ମୋଦି ସମ୍ବିଧାନ’ କରିଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ