Masthead

ନିଶାସକ୍ତ ଅବସ୍ଥାରେ ରେଳ ଫାଟକ କର୍ମଚାରୀ

ବସ୍ତା (ବଡ଼ ଖବର ବ୍ୟୁରୋ): ନିଶାସକ୍ତ ଅବସ୍ଥାରେ ରେଳ ଫାଟକ କର୍ମଚାରୀ । ବସ୍ତା ରେଳ ଫାଟକରେ ଜଗୁଆଳଙ୍କ ଦାୟିତ୍ବ ହୀନତା ଦେଖିବାକୁ ମିଳିଛି । ହେଲେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଯାଇଛି ଏକ ବଡ଼ ଦୁର୍ଘଟଣା । ଦକ୍ଷିଣ ପୂର୍ବ ରେଳପଥର ଅମର୍ଦ୍ଦାରୋଡ଼ ଓ ବସ୍ତା ଷ୍ଟେସନ ମଧ୍ୟବର୍ତ୍ତୀ ନାରଙ୍ଗାବାଜ ରେଳଫାଟକ ଠାରେ କାର୍ଯ୍ୟରତ ଜଗୁଆଳି ନିଶାସକ୍ତ ଅବସ୍ଥାରେ ଥିବା ବେଳେ, ଫାଟକ ଖୋଲା ଥାଇ ଟ୍ରେନ ଅତିକ୍ରମ କରୁଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଆସି ଫାଟକ ପକାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ପରେ ଅମର୍ଦ୍ଦାରୋଡ଼ ଷ୍ଟେସନକୁ ଖବର ଦିଆଯିବା ପରେ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ଆସି ପହଞ୍ଚିଥିଲେ । ତେବେ ନିଶାସକ୍ତ ଫାଟକ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଓ ରେଳବିଭାଗର ଅଧିକାରୀଙ୍କୁ ଟୁଇଟ ମାଧ୍ୟମରେ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!