Masthead

ଛତୁଚାଷ କରି ସ୍ୱାବଲମ୍ବୀ ମହିଳା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କଥାରେ ଅଛି ଇଛା ଶକ୍ତି ଥିଲେ ଉପାୟ ବଳେ ଆସେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ହିନ୍ତରାଇ ଗ୍ରାମର ମହିଳା ଚାଷୀ ଶୁଶିଳା ଗଡ଼ନାୟକ । ତାଙ୍କର ଦୃଢ଼ ମନୋବଳ ଏବଂ ଇଛାଶକ୍ତି ଶୁଶିଳାଙ୍କୁ ସ୍ୱାବଲମ୍ବୀ କରିପାରିଛି । ଭାରତୀୟ ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନ ଦ୍ୱାରା ଅନୁପ୍ରାଣିତ ହୋଇ ଛତୁ ଚାଷ କରି ନିଜକୁ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ତେବେ ଗତ ଜୁଲାଇ ମାସରେ ଶୁଶିଳା ଛତୁ ଚାଷ ଆରମ୍ଭ କରିଥିଲେ । ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନରୁ ଏକ ଦିନିକିଆ ତାଲିମ ଗ୍ରହଣ କରି ନିଜ ଘରେ ୨୦୦ଟି ବେଡ଼ରେ ଛତୁଚାଷ କରିଛନ୍ତି । ବର୍ତ୍ତମାନ ଦିନକୁ ପ୍ରାୟ ୫ ରୁ ୬ କିଲୋ ଛତୁ ବାହାରୁଥିବା ବେଳେ କିଲୋ ପ୍ରତି ୨ଶହ ଟଙ୍କାରେ ଏହା ବିକ୍ରି ହେଉଛି । ଗତ ଦେଢ଼ ମାସ ମଧ୍ୟରେ ସେ ପ୍ରାୟ ୩୫ ହଜାର ଟଙ୍କା ରୋଜଗାର କରିଥିବା ଶୁଶିଳା କହିଛନ୍ତି ।

ଏହି ଅଞ୍ଚଳରେ ଚାଷୀ ଯଦି ଅଧିକ ମାତ୍ରାରେ ଛତୁ ଚାଷ କରନ୍ତେ ତାହାଲେ ଆଗାମୀ ଦିନରେ ଏହାର ମାର୍କେଟ ଲିଂକେଜ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନର ଅଧିକାରୀ କହିଛନ୍ତି । ଅପର ପକ୍ଷରେ ଛତୁ ଚାଷ କରି ଦୁଇ ପଇସା ରୋଜଗାର କରିପାରୁଥିବାରୁ ସେ ବେଶ ଖୁସି ଅଛନ୍ତି ବୋଲି ଶୁଶିଳା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା