ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗ୍ରୀସରୁ ଫେରି ବେଙ୍ଗାଲୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରୋର ସମସ୍ତ ହିରୋଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ବୋଧିତ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଚନ୍ଦ୍ରାୟନ ୩ ଅବତରଣ କରିଛି ସେଠା ଶିବଶକ୍ତିି ନାଁରେ ପରିଚିତ ହେବ ।
https://www.youtube.com/watch?v=9Y8LJpNmYeM
ଆଉ ଯେଉଁଠି ଚନ୍ଦ୍ରୟାନ ୨ ଲ୍ୟାଣ୍ଡ କରିଥିଲା ସେଠାର ନା ତ୍ରିରଙ୍ଗାନାମରେ ପରିଚିତ ହେବ ।
https://www.youtube.com/watch?v=dfQejXc73oQ
ଦୁଇ ଦେଶ ଗସ୍ତ ପରେ ଭାରତ ଫେରି ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁର ବିମାନ ବନ୍ଦରରେ ଅବତରଣ କରିଥିଲେ।
ଏହା ପରେ ସେ ଇସ୍ରୋ କ୍ୟାମ୍ପସରେ ପହଞ୍ଚି ବୈଜ୍ଞାନିକମାନଙ୍କୁ ଭେଟିଥିଲେ । ଯେଉଁଠାରେ ସେ ଏହା ଘୋଷଣା କରିଛନ୍ତି । ଇସ୍ରୋର ହିରୋଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ ଚନ୍ଦ୍ରଯାନ -୩ ଚନ୍ଦ୍ରରେ ଅବତରଣ କରିଥିବା ଦିନ ଅର୍ଥାତ୍ ଅଗଷ୍ଟ ୨୩ ବର୍ତ୍ତମାନ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯିବ। ଏହା ଦେଶର ଯୁବକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
https://www.youtube.com/watch?v=iRFNr8B5mVI