Masthead

ଚନ୍ଦ୍ର ପରେ ମିଶନ ସୂର୍ଯ୍ୟ: ସୂର୍ଯ୍ୟଙ୍କ ଗତିବିଧୀ ଉପରେ ନଜର ରଖିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ର ପରେ ମିଶନ ସୂର୍ଯ୍ୟ । ମହାକାଶକୁ ଯିବ ଆଦିତ୍ୟ ଏଲ-୧ । ସେପ୍ଟେମ୍ବର ୨ରେ ସୋଲାର ମିଶନ ଲଂଚ ହେବ । ଆନ୍ଧ୍ର ଶ୍ରୀହରି କୋଟା ଲଂଚ ପ୍ୟାଡରୁ ଉତକ୍ଷେପଣ କରାଯିବ । ସୂର୍ଯ୍ୟଙ୍କ ଗତିବିଧୀ ଉପରେ ନଜର ରଖିବ ଆଦିତ୍ୟ ଏଲ-୧ । ଏହା ଭାରତର ପ୍ରଥମ ସୌର ଅଧ୍ୟୟନ ମିଶନ । ସୌରମଣ୍ଡଳର ଏକମାତ୍ର ତଥା ସର୍ବାଧିକ ଉତପ୍ତ ନକ୍ଷେତ୍ର ସୂର୍ଯ୍ୟ ସମ୍ପର୍କରେ ଏହି ମିଶନରେ ଅଧ୍ୟୟନ କରାଯିବ । ପୂର୍ବରୁ ଭାରତ ଏକାଧିକ ଉପଗ୍ରହ ପୃଥିବୀ ଓ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ପ୍ରେରଣ କରି ଅବସ୍ଥାପିତ କରିଛି । ସେହିପରି ଚନ୍ଦ୍ର ଅଧ୍ୟୟନ ପାଇଁ ଚନ୍ଦ୍ରାୟନ ସିରିଜ ମଧ୍ୟ ଜାରି ରଖିଛି ଇସ୍ରୋ ।

୨୦୧୯ ରେ ବିଫଳ ହେବା ପରେ ୨୦୨୩ ରେ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ଭାରତ । ହେଲେ ସୂର୍ଯ୍ୟ ଅଧ୍ୟୟନରେ ଏହା ଦେଶର ପ୍ରଥମ ମିଶନ ହେବାକୁ ଯାଉଛି । ଯଦି ସମସ୍ତ ପ୍ରକ୍ରିୟା ସଠିକ ସମୟରେ ଶେଷ ହୁଏ, ତେବେ ସେପ୍ଟମ୍ବର ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ ହେବ । ପୂର୍ବରୁ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଏନେଇ ସୂଚନା ଦେଇସାରିଥିବା ବେଳେ ଏବେ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ୩ଟି ବିକଶିତ ଦେଶ ଆମେରିକା, ଋଷ ଓ ଚୀନ ଚନ୍ଦ୍ରର ବିଷୁବମଣ୍ଡଳୀୟ ଓ ଅନ୍ୟ କ୍ଷେତ୍ରରେ ପହଞ୍ଚି ସାରିଥିବା ବେଳେ ଏହି ତାଲିକାରେ ୪ର୍ଥ ସ୍ଥାନରେ ଭାରତର ନାମ ଯୋଡି ହୋଇଛି । ଏହା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ପ୍ରଥମ ଦେଶ ହେଉଛି ଭାରତ । ଦକ୍ଷିଣ ମେରୁରେ ଜଳ ଓ ଜୀବନ ସତ୍ତା ସମ୍ଭାବନା ଅଧିକ ରହିଥିବା କାରଣରୁ ଇସ୍ରୋର ଉପଲବ୍ଧି ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ