Masthead

ବିଜୁ ସ୍ୱାସ୍ଥ୍ୟକାର୍ଡରୁ ଟଙ୍କା ହଡପ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟକାର୍ଡରୁ ଟଙ୍କା ହଡପ । ଏହି ଗୁମୁର ଖୋଲିଦେଇଛନ୍ତି ହସ୍ପିଟାଲର ସ୍ୱାସ୍ଥ୍ୟ ମିତ୍ର । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଜଳସହରିଆ ପାନମାର୍କେଟ ସ୍ଥିତ ସ୍ୱର୍ୟ୍ୟମଣି ନେତ୍ରାୟଳରେ । ୨୦୨୨ ଫେବୃଆରୀରେ ଜଳେଶ୍ୱର ସ୍ଥିତ ଆରୁହା ଗ୍ରାମର ଅନନ୍ତ ବେହେରା ମୋତିଆ ବିନ୍ଦୁ ରୋଗର ଚକ୍ଷୁ ଅପରେସନ ନିମନ୍ତେ ସୂର୍ୟ୍ୟମଣି ନେତ୍ରାଳୟକୁ ଆସିଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଅପରେସନ କରାଯାଇଥିବା ବେଳେ ଅପରେସନ ବାବଦକୁ ଏକ ପ୍ୟାକେଜ କରି ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ୭୫୦୦ ଟଙ୍କା ନେଇଥିଲା ସୂର୍ୟ୍ୟମଣି ନେତ୍ରାଳୟ ।

ଅପରେସନର କିଛି ଦିନ ପରେ ଅନନ୍ତଙ୍କୁ ଠିକ ଭାବରେ ଦେଖା ନଯିବାରୁ ଜଳେଶ୍ୱର ସ୍ଥିତ ଅନ୍ୟ ଏକ ହସ୍ପିଟାଲରେ ଚକ୍ଷୁ ଦେଖାଇଥିବା ବେଳେ ଚକ୍ଷୁରେ ଲେନ୍ସ ଲଗାଯାଇନଥିବା କହିଥିଲେ ଡାକ୍ତର । ଏଭଳି ଅଭିଯୋଗ ନେଇ ଅନନ୍ତ ସୂର୍ୟ୍ୟମଣି ନେତ୍ରାଳୟକୁ ଆସିଥିବା ବେଳେ ହସ୍ପିଟାଲର ନର୍ସମାନେ ଅନନ୍ତଙ୍କ ଆଖିରେ ଜାଗା ନଥିବାରୁ ଲେନ୍ସ ଲଗାଯାଇ ନାହିଁ ବୋଲି କହିଥିଲେ । କିନ୍ତୁ ଲେନ୍ସ ଲଗାଯାଇଥିବା କଥା ହସ୍ପିଟାଲର ଡାକ୍ତରଠୁ ଆରମ୍ଭ କରି ନର୍ସ ପର୍ୟ୍ୟନ୍ତ ସମସ୍ତେ ସ୍ୱକାର କରୁଥିବା ବେଳେ ଲେନ୍ସ ବାବଦକୁ ୩୦୦୦ ଟଙ୍କା କେମିତି ହସ୍ପିଟାଲ କର୍ତ୍ତୃପକ୍ଷ ନେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼