Masthead

ମନରେଗା କାର୍ଯ୍ୟରେ ଦୁର୍ନୀତି, ଧାରଣାରେ ବ୍ଲକ କଂଗ୍ରେସ କର୍ମୀ

ରାଇଘର (ବଡ଼ ଖବର ବ୍ୟୁରୋ): ଝରିଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ଭୁଖରେ ମାନେରଗା ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଚିଠା ନେଇ ବସିଛନ୍ତି କଂଗ୍ରେସ କର୍ମୀ, କିନ୍ତୁ ସାତ ଘଣ୍ଟା ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଦେଖା ମିଳିପାରିନାହିଁ ।ଅଭିଯୋଗ ଅନୁଯାୟୀ ଝରିଗାଁ ବ୍ଲକ ଝରିଗାଁ ପଞ୍ଚାୟତ ସଦରରେ ପୁର୍ଣିବନ୍ଧ ଠାରୁ ଉଦଳିଆ ଗୁଡ଼ା ପର୍ୟ୍ୟନ୍ତ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ସିସି ରୋଡ଼ କାର୍ଯ୍ୟ ହୋଇଥିଲା । କିନ୍ତୁ ସେହି ସ୍ଥାନରେ କୌଣସି କାର୍ଯ୍ୟ ନହୋଇ ମିଥ୍ୟା ବିଲ କରି ଟଙ୍କା ଉଠାଇ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ତେବେ ଝରିଗାଁ ବ୍ଲକ କଂଗ୍ରେସ ବିଡିଓଙ୍କୁ ସାକ୍ଷାତ କରି ରାସ୍ତାର କାର୍ୟ୍ୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଡିଓ ଛୁଟିରେ ଥିବା ଯୋଗୁଁ ସାକ୍ଷାତ କରିପାରି ନଥିବା ବେଳେ ବ୍ଲକ ସହକରି ଯନ୍ତ୍ରୀ ଅଭିଯୋଗ ଆଣିଥିବା କଂଗ୍ରେସ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କଂଗ୍ରେସ କର୍ମୀଙ୍କୁ ସହକାରୀ ଯନ୍ତ୍ରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଗ୍ରାମବାସୀ ମାନେ ତିଆରି ହୋଇ ଥିବା ରାସ୍ତାର କାର୍ଯ୍ୟ ଦେଖାଇ ଦେବା ପାଇଁ ଜିଦ ଧରି ବସିଥିଲେ କିନ୍ତୁ ସହକାରୀ ଯନ୍ତ୍ରୀ ତିଆରି ହୋଇଥିବା ରାସ୍ତା ଦେଖାଇ ନଥିଲେ କି କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ ଯାହାଫଳରେ କଂଗ୍ରେସ କର୍ମୀ ମାନେ ବିଡିଓଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା