Masthead

ପାକିସ୍ତାନ ସମର୍ଥକଙ୍କ ଉପରେ କୌଣସି ଭରସା ନାହିଁ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିର ଇସ୍ତଫା ପରମ୍ପରାକୁ ଅନୁସରଣ କରିଛି ଜାତୀୟ କଂଗ୍ରେସ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ହଠାତ ଇସ୍ତଫା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଥିଲା । କିଏ ଏହାକୁ ସିଦ୍ଧୁଙ୍କର ବିଜୟ କହୁଥିବା ବେଳେ ଆଉ କିଏ ଏହାକୁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହୁଛନ୍ତି । ଇସ୍ତଫା ଦେବା ପରେ କ୍ୟାପଟେନ ସିଦ୍ଧୁଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ସିଦ୍ଧୁଙ୍କୁ ବିଶ୍ୱାସ କରିବା ଯୋଗ୍ୟ ନୁହେଁ । କାହିଁକିନା ଦେଶର ସୈନିକ ଯେଉଁ ଦେଶ ପାଇଁ ଜୀବନ ହାରୁଛନ୍ତି, ସିଦ୍ଧୁ ସେ ଦେଶ ଯାଇ ତାଙ୍କ ଜେନେରାଲକୁ ଭେଟିଥାନ୍ତି ।

ଏହା ଦର୍ଶାଉଛି ଭାରତରେ ରହି ସିଦ୍ଧୁ ପାକିସ୍ତାନକୁ ସମର୍ଥନ ଜଣାଉଛନ୍ତି । ଏପରିକି ଇମ୍ରାନ ଖାନଙ୍କ ସହ ମଧ୍ୟ ସିଦ୍ଧୁଙ୍କର ଭଲ ସମ୍ପର୍କ ରହିଛି । କାର୍ଟପୁର କରିଡରରେ ସିଦ୍ଧୁ ଇମ୍ରାନକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ ଖୁବଶୀଘ୍ର ପଞ୍ଜାବକୁ ବରବାଦ କରିଥିବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଦଳ ଚଳାଇବା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ କାମ ସିଦ୍ଧୁଙ୍କ ନୁହଁ । ଦଳରେ କଣ ହେବ ତାହାର ନିଷ୍ପତ୍ତି ଅଧ୍ୟକ୍ଷ ନେବା ଦରକାର । ଯଦି ସିଦ୍ଧୁୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି ତାହାଲେ ମୁଁ ଏହାର ବିରୋଧରେ ଛିଡ଼ା ହେବି ବୋଲି କ୍ୟାପଟେନ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ