Masthead

୪୩ ଲକ୍ଷ ଟଙ୍କାର ନକଲି ଜିନ୍ସ ଜବତ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଲା ବେଆଇନ କପଡା ବ୍ୟବସାୟ । ୪୩ ଲକ୍ଷ ଟଙ୍କାର ନକଲି ଜିନ୍ସ୍ ଜବତ ସହ ମାଲିକକୁ ଜେଲ ପଠାଇଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନ୍ୟୁ ଲଖାନି କପଡା ହୋଲସେଲ ଓ ଖୁଚୁରା ଦୋକାନର ମାଲିକ ରାଜେଶ କୁମାର ଲଖାନି । ଲେଭିଶ, କେଲଭିନ କ୍ଲିନ୍ ଓ ଅଣ୍ଡର ଆର୍ମର ଭଳି ନାମୀଦାମୀ କମ୍ପାନୀର ନକଲି ଜିନ୍ସ ଏଠାରେ ବିକ୍ରି ଚାଲିଥିଲା । ଦୀର୍ଘ ବର୍ଷ ହେଲା କୋଟି କୋଟି ଟଙ୍କାର ବ୍ୟବସାୟ ପରେ ଏବେ ଲଖାନି ଗାରମେଣ୍ଟସ ମାଲିକର ଅସଲ ମୁଖା ଖୋଲିଛି । ରାୟପୁରରୁ ଶସ୍ତା କପଡା କିଣି ସେଥିରେ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଓ ଷ୍ଟିକର ଲଗାଇ ଚଢା ଦରରେ ବିକ୍ରି ଚାଲିଥିଲା। ବଲାଙ୍ଗିର ସୁଦପଡା ସ୍ଥିତ ଲେଖାନି ନ୍ୟୁ ଗାର୍ମେଣ୍ଟ କପଡା ଟ୍ରେଡିଂ ଉପରେ ଚଢ଼ାଉ କରି ୪୩ ଲକ୍ଷ ଟଙ୍କାର ଜିନ୍ସ ଜବତ କରାଯାଇଛି । ବେଆଇନ କାରବାର ନେଇ ମୁମ୍ବାଇର ଲେବିଶ ନେଟ୍ରିକା କଂସଲଟିଙ୍ଗ ପ୍ରାଇଭେଟ କମ୍ପାନୀ ପକ୍ଷରୁ ଦୀପକ କୁମାର ଗୁପ୍ତା ଟାଉନଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରି ସମ୍ପୃକ୍ତ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ