Masthead

ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ଗତ ମାସରେ ପୂର୍ବାନୁମାନ କରାଯାଇଥିଲା । ରବିବାର ଆଇ ଏମଡି କହିଛି ମୌସୁମୀ ଆସିବାରେ ଆହୁରୀ ୩/୪ ଦିନ ବିଳମ୍ବ ହେବ । ଆଇଏମଡି ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଲାକ୍ଷାଦ୍ୱୀପ ତଥା ଭାରତୀୟ ସମୁଦ୍ର ସୀମାକୁ ପ୍ରବେଶ କରିସାରିଛି । ଦକ୍ଷିଣ ଆରବ ସାଗର ଉପରେ ପଛୁଆ ପବନ ବଢିବା ଯୋଗୁଁ ପରିସ୍ଥିତି ଅନୁକୂଳ ରହିଛି । ଆସନ୍ତା ୩/୪ ଦିନ ଭିତରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।

ମୌସୁମୀ ଗତିପଥ ଉପରେ ନିରନ୍ତର ଦୃଷ୍ଟି ରଖାଯାଇଛି । ଆଜି ଏ ବିଷୟରେ ଅଧିକ ସୂଚନା ଆସିବ । ସାଧାରଣତଃ ମୌସୁମୀ ଜୁନ ୧ରେ ପ୍ରବେଶ କରିଥାଏ । ଏ ବର୍ଷ ବିଳମ୍ବ ହେଲେ ମଧ୍ୟ ଆଜି କେରଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି । ରବିବାର ଆଇଏମଡି ଜାରି କରିଥିବା ଆଲର୍ଟରେ କୁହାଯାଇଛି ରାଜସ୍ଥାନ, ଛତିଶଗଡ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, କେରଳ, ଗୋଆ, ମଧ୍ୟମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ , ତେଲେଙ୍ଗାନା ଓ କର୍ଣ୍ଣାଟକର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା