Masthead

ଶ୍ରୀଲଙ୍କାର ବିଜୟ ଅଭିଯାନ: ବାଂଲାଦେଶକୁ ୫ୱିକେଟରେ ହରାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ୫ ୱିକେଟରେ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପର ୨ୟ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଥିବା ବାଂଲାଦେଶ । ଏହି ଲକ୍ଷ୍ୟକୁ ଶ୍ରୀଲଙ୍କା ୩୯ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଚରିଥ୍ ଅସଲଙ୍କା ସର୍ବାଧିକ ୬୨ ରନ କରିଥିବାବେଳେ ସଦିରା ସମରବିକ୍ରମ ୫୪ ରନ କରିଥିଲେ । ତେବେ ଦଳର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା ।

କାରଣ ଦଳର ବ୍ୟାଟର ମାନେ ଶ୍ରୀଲଙ୍କା ବୋଲରଙ୍କୁ ସମ୍ମୁଖୀନ ହୋଇପାରିନଥିଲେ ଓ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ୩୬ ରନ୍‌ରେ ୩ ଉଇକେଟ ହରାଇଥିବା ବେଳେ ଶନ୍ତୋ ୮୯ ରନ୍‌ର ଧୈର୍ୟ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ। ୧୨୨ ବଲ୍‌ ଖେଳି ସେ ୭ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ନଇମ୍‌ ୧୬, ତୋହିଦ୍‌ ହ୍ରିଦୟ ୨୦ ଓ ମୁସଫିକୁର ରହିମ୍‌ ୧୩ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ୪ ଉଇକେଟ ନେଇଥିଲେ। ଜବାବରେ ଶ୍ରୀଲଙ୍କା ୪୩ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ସାଦିରା ସମରଓ୍ବିକ୍ରମା(୫୪) ଏବଂ ଚରିଥ୍‌ ଅସଲଙ୍କା(୬୨ଞ୍ଚ) ଚତୁର୍ଥ ଉଇକେଟରେ ୭୮ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ସମରଓ୍ବିକ୍ରମା ୭୭ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଅସଲଙ୍କା ୯୨ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ। ବାଂଲାଦେଶ ପକ୍ଷରୁ ଶାକିବ ଅଲ ହସନ ୨ ଉଇକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି