Masthead

କେନ୍ଦ୍ରମନ୍ତ୍ରୀ ପୁଅଙ୍କ ପିସ୍ତଲରୁ ବାଜିଲା ଗୁଳି

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ):  ଲକ୍ଷ୍ନୌର ଡୁବାଗାରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିନୟ ଶ୍ରୀବାସ୍ତବ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଠାକୁରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବେଗରିଆ ଗାଁର ଅଟେ। ଏନେଇ ବିନୟ ଶ୍ରୀବାସ୍ତବଙ୍କ ପରିବାର ସଦସ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ପିସ୍ତଲରୁ ଗୁଳି ବାଜିବାରୁ ବିନୟଙ୍କର ମୃତ୍ୟୁ ଘଟିଛି।

ଠାକୁରଗଞ୍ଜ ଡୁବାଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ବିନୟ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ବିକାଶ କିଶୋରଙ୍କ ନିକଟତମ ବ୍ୟକ୍ତି ଥିଲେ । ରାତି ପ୍ରାୟ ୪.୧୫ରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ତାଙ୍କ ପୁଅ ଘରେ ନ ଥିଲା। ସେ କହିଛନ୍ତି, ଘରେ କିଏ ଥିଲା ମୁଁ ଜାଣେନାହିଁ। ମୋ ପୁଅ ନ ଥିଲା। ଗତକାଲିଠାରୁ ସେ ଦିଲ୍ଲୀରେ ଅଛି। ପୁଲିସ ଘଟଣାର ତଦନ୍ତ କରିବା ପରେ ଏଥିର ସମ୍ପୃକ୍ତ ଥିବା ଲୋକମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ ।

ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସତକଥା ଜଣାପଡ଼ିବ। ଘଟଣାର ତଦନ୍ତ କରାଯିବ। ଦୋଷୀକୁ ଦଣ୍ଡ ଦିଆଯିବ। ଆମେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗର ସହାୟତା କରିବୁ। ବିନୟ ଆମର ଅତି ଘନିଷ୍ଠ ଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରିବ। ଘଟଣାସ୍ଥଳରୁ ଗୋଟାଏ ପିସ୍ତଲ୍‌ ଉଦ୍ଧାର କରାଯାଇଛି ଓ ସେଠାରେ ଥିବା ‘ସିସିଟିଭି’ର ଫୁଟେଜ୍‌ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼