Masthead

‘ଭାରାତ’ ନା ‘ଇଣ୍ଡିଆ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ପଶାପାଲି ଖେଳ । ଖେଳରୁ ବାଦ ପଡ଼ିନି ଦେଶ । ଗୋଟିଏ ଦେଶ, ନାମକୁ ନେଇ ଦୁଇ ଭାଗରେ ବିଭକ୍ତ । ଇଣ୍ଡିଆ ଆଉ ଭାରତ । ଦୁଇଟି ଯାକ ସମାନ ହେଲେ ବିରୋଧର ମେଣ୍ଟ ର ନାମ ଇଣ୍ଡିଆକୁ ନେଇ ଆରମ୍ଭ ହୋଇଛି ବିବାଦ । ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖିବା ପରେ ରାଜନୀତି ହୋଇଛି ସରଗରମ । ଶାସକ ଦଳ ଦେଶର ନାମ ‘ଭାରତ’ ରଖିବା ପାଇଁ ଚଳାଇଛନ୍ତି ଉଦ୍ୟମ । ତାହା ପୁଣି ରାଷ୍ଟ୍ରପତିଙ୍କ ଜରିଆରେ। କେନ୍ଦ୍ର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏନେଇ ବିଧେୟକ ଆସିବ।

ସେପଟେ ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ (ଆର୍‌ଏସ୍‌ଏସ୍‌) ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବାକୁ ପ୍ରସ୍ତାବ ଦେଇଥିଲା। ଗତ ଶୁକ୍ରବାର ଗୋହାଟିରେ ମୋହନ ଭାଗବତ କହିଥିଲେ, ଆମେ ‘ଇଣ୍ଡିଆ’ ବ୍ୟବହାର ବନ୍ଦ କରି ‘ଭାରତ’ କହିବା ଆରମ୍ଭ କରିବା ଉଚିତ। ବେଳେବେଳେ ଇଂଲିଶ ବୁଝୁଥିବା ଲୋକଙ୍କ ସହ କଥା ହେବା ସମୟରେ ଆମେ ‘ଇଣ୍ଡିଆ’ ବୋଲି କହିଥାଉ। ଏହା ଆପେ ଆପେ ଆସିଯାଇଥାଏ।

ତେବେ ତୁମେ ବିଶ୍ୱର ଯେଉଁଆଡ଼େ ଗଲେ ବି ଆମ ଦେଶର ନାମ ‘ ଭାରତ’ ହୋଇ ରହିଥିବ। ଖାଲି ସେତିକି ନୁହେଁ ଗତକାଲି ଜି-୨୦ ଡିନର ନିମନ୍ତ୍ରଣ କାର୍ଡକୁ ନେଇ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା । ନିମନ୍ତ୍ରଣ କାର୍ଡ଼ରେ ପ୍ରେସିଡ଼୍ରେଂଟ ଅଫ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଛି । ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହି କାର୍ଡ ଛପା ଯାଇଥିବା ବେଳେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ବିଷୟକୁ ପସନ୍ଦ କରିନାହାନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ