ଦନ୍ତା ଦେଖି ଡ଼ରିଲେଣି ଗାଁ ଲୋକେ

ଚନ୍ଦ୍ରପୁର, (ବଡ଼ ଖବର ବ୍ୟୁରୋ): ଦନ୍ତା ଦେଖି ଡ଼ରିଲେଣି ଗାଁ ଲୋକେ । ବର୍ଷ ସାରା ପରିଶ୍ରମ କରି ସଶ୍ୟ ଅମଳ ସମୟରେ ଅଞ୍ଚଳରେ ଦନ୍ତାହାତୀ ଦେଖି ଆତଙ୍କିତ ହୋଇପଡିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠୁରିଗୁଡ଼ା ଅଞ୍ଚଳର ଲୋକେ । ଗତକାଲି ଠୁରିଗୁଡ଼ା ପଞ୍ଚାୟତର ଟିଣପଦର ଗାଁ ନିକଟରେ ଥିବା ବଶଂଧାରା ନଦୀ କୂଳରେ ଦୁଇଟି ଦନ୍ତାହାତୀ ଦେଖିଥିଲେ ଗାଁ ଲୋକେ । ଫସଲ ଅମଳ ସମୟରେ ହାତୀକୁ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି ଗାଁ ଲୋକେ । ଏହି ଦୁଇ ଦନ୍ତା କନ୍ଧମାଳ ରେଞ୍ଜରୁ ଆସିଥିବା ଅନୁମାନ କରାଯାଉଛି । ଏନେଇ ମୁନିଗୁଡ଼ା ବନ ବିଭାଗକୁ ଖବର ଦେବା ପରେ ହାତୀ ଦୁଇଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛି ବନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ