Masthead

ଜି୨୦ ସମ୍ମିଳନୀକୁ ଯିବେ ମାଣ୍ଡିଆ ମା’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଭାବରେ ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଶକ୍ତିଶାଳୀ ଦେଶର ମୁଖ୍ୟ ଆମ ଦେଶରେ ଆତିଥ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ସେମାନଙ୍କ ରହିବା, ଖାଇବା, ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଉଛି। କିଭଳି ସେମାନେ ଆମ ଦେଶର ସୁସ୍ୱାଦୁ ଓ ସୁସ୍ଥକର ବ୍ୟଞ୍ଜନ ଗ୍ରହଣ କରିପାରିବେ ତାହାର ମଧ୍ୟ ବିଶେଷ ଧ୍ୟାନ ରଖାଯାଉଛି। ତେବେ ସୂଚନା ଅନୁସାରେ ଅତିଥିମାନଙ୍କୁ ମିଲେଟର ପ୍ରସ୍ତୁତ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଉଛି।

ଯେହେତୁ ଚଳିତ ବର୍ଷ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ଭାବେ ପାଳନ କରୁଛି ତେଣୁ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମିଲେଟ ଭାରତର ପାରମ୍ପରିକ ଖାଦ୍ୟ ଏହାକୁ ସାଧାରଣ ଲୋକଙ୍କ ଖାଦ୍ୟ ଥାଳୀରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇ ଆସିଛନ୍ତି। ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ପରଷିବାର ଯୋଜନା ରହିଛି ।ତେବେ ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗଦେବେ।

ସେମାନେ ହେଲେ, କୋରାପୁଟ ରାଇମତି ଜିଉରିଆ ଓ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଗୋଇଲି ଗାଁର ଶ୍ରୀମତୀ ସୁବାସା ମହାନ୍ତ। ଏମାନେ ସେଠାରେ ଓଡ଼ିଶାରେ ମିଲେଟ ମିସନ ସଫଳତା ଓ ମାଣ୍ଡିଆର ଉପକାରିତା ବିଷୟରେ ସଂପୂର୍ଣ୍ଣ ବର୍ଣ୍ଣନା କରିବେ । ତେବେ ଏନେଇ ସୁବସା ତାଙ୍କର ମାଣ୍ଡିଆ ଚାଷକୁ ନେଇ ଅଭିଜ୍ଞତା ଜାହିର କରିଥିବା ବେଳେ ଜି୨୦ କାର୍ୟ୍ୟକ୍ରମକୁ ନିମନ୍ତ୍ରିତ ହୋଇ ଥିବା ଯୋଗୁଁ ଉତ୍ସାହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା