Masthead

ପୋଲିସ ଏନକାଉଣ୍ଟରରେ ୨ ମହିଳା ନକ୍ସଲ ନିପାତ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଯବାନ ଦୁଇ ଜଣ ମହିଳା ନକ୍ସଲଙ୍କୁ ନିପାତ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଦନ୍ତେଓ୍ବାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ଡୁଙ୍ଗିନପାରା ଜଙ୍ଗଲରେ କିଛି ବଡ ନକ୍ସଲ ନେତାଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା ।

ମଙ୍ଗଳବାର ଦିନ ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ ଊଜଏ ଏବଂ ବସ୍ତର ଫାଇଟର ଯବାନ। ଯବାନମାନେ ସକାଳ ପ୍ରାୟ ୭ ଟାରେ ନହାଡି ଜଙ୍ଗଲରେ ପହଁଞ୍ଚି ଅଞ୍ଚଳକୁ କର୍ଡନ କରିବା ସମୟରେ ପୁଲିସ ଆସିବା ଦେଖି ଯବାନଙ୍କ ଉପରକୁ ନକ୍ସଲମାନେ ଆଖିବୁଜା ଗୁଳି ଚଳାଇଥିଲେ। ସତର୍କତାର ସହ ଯବାନ ମଧ୍ୟ ପଲଟା ଆକ୍ରମଣ କରିଥିଲେ। ଫଳରେ ଦୁଇ ମହିଳା ନକ୍ସଲ ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ।

ଏନକାଉଣ୍ଟରରେ ଯବାନମାନେ ନକ୍ସଲ ଦଳ ଉପରେ ଭାରି ପଡ଼ିବାରୁ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଆଢ଼ୁଆଳରେ ଖସି ପଳାଇଥିଲେ। ଯବାନମାନେ ଘଟଣା ସ୍ଥଳକୁ ଯାଞ୍ଚ କରିବାରୁ ଘଟଣାସ୍ଥଳରୁ ଦୁଇ ମହିଳା ନକ୍ସଲଙ୍କ ମୃତଦେହ ସହିତ ଗୋଟିଏ ଓଘଝଇଝ ଏବଂ ଗୋଟିଏ ଦେଶୀ ରାଇଫଲ ଜବତ କରିଥିବା ପୁଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼