Masthead

ଭାଇରାଲ ହେଉଛି ପରିଣୀତି, ରାଘବଙ୍କ ବିବାହ କାର୍ଡ

(ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦିର୍ଘ ଦିନର ଡେଟିଂ ପରେ ମେ’ ୧୩ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ତେବେଏହି ମାସ (ସେପ୍ଟେମ୍ବର)ରେ ଏହି କପଲ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ବର୍ତ୍ତମାନ ଏହି କପଲଙ୍କ ରିସେପସନ କାର୍ଡ ଭାଇରାଲ ହେବାରେ ଲାଗିଛି । ଯେଇଁଥିରେ ବିବାହ, ରିସେପସନ ତାରିଖ ଏବଂ ସ୍ଥାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ରିସେପସନ ର ତାରିଖ କାର୍ଡରେ ୩୦ ସେପ୍ଟେମ୍ବର ଲେଖାଯାଇଥିବା ବେଳେ ସ୍ଥାନଟି ତାଜ୍ ଚଣ୍ଡିଗଡ଼ ବୋଲି ଲେଖାଯାଇଛି ।

କାର୍ଡ ଭାଇରାଲ ହେବା ପରେ ପରିଣୀତି ଚୋପ୍ରା କିମ୍ବା ରାଘବ ଚଢା ଏହାକୁ ନେଇକୌଣସି ଅଫିସିଆଲ ଘୋଷଣା କରିନାହାନ୍ତି ।୨୩ ଓ ୨୪ ସେପ୍ଟେମ୍ବରରେ ପଞ୍ଜାବୀ ରୀତିନୀତି ରେ ଉଦୟପୁରଠାରେ ସେମାନଙ୍କର ବିବାହ ହେବ । ବିବାହ କଡ଼ା ସୁରକ୍ଷା ମଧ୍ୟରେ ହେବ ଏବଂ ବିବାହକୁ ମୋବାଇଲ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । ତେବେ ଏହି ବିବାହ କାର୍ଯ୍ୟକ୍ରମରେ ରାଜନୀତି, କ୍ରୀଡ଼ା ଏବଂ ମନୋରଞ୍ଜନ ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗ ଦେବେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା