Masthead

ବହିଷ୍କୃତ ହେବେ ସୌମ୍ୟ !

ଖଣ୍ଡପଡା(ବଡ଼ ଖବର ବ୍ୟୁରୋ):ଖଣ୍ଡା ଧାରରେ ଝୁଲୁଛି ଖଣ୍ଡପଡା ବିଧାୟକଙ୍କ ଭାଗ୍ୟ ! ବିଜେଡିରୁ ବହିସ୍କୃତ ହେବେ କି ସୌମ୍ୟ ପଟ୍ଟନାୟକ ? ବିଜେଡିର ଏହି ବିଧାୟକଙ୍କୁ ଘାଇଁଘାଇଁ ଆକ୍ରମଣ କରୁଛନ୍ତି ଦଳିଅ ନେତା । ଆଗେ ଅରୁଣ ଏବେ ଅତନୁଙ୍କ ଟାର୍ଗେଟରେ ସୌମ୍ୟ । ଏବେ କଣ କରିବେ ସୌମ୍ୟ ପଟ୍ଟନାୟକ ?

ବିଜେଡି ନେତା ଖୋଦ ଏବେ ତାଙ୍କ ଦଳର ବିଧାୟକଙ୍କୁ ଆକ୍ରମଣ କରୁଛନ୍ତି . ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ତାଙ୍କ ଦଳର ମନ୍ତ୍ରୀ ଏବଂ ବିଧାୟକ ସମାଲୋଚନା କରୁଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସିଧାସଳଖ ସୌମ୍ୟ ବ୍ଲାକମେଲିଙ୍ଗ କରୁଛନ୍ତି ବୋଲି ଟ୍ୱଇଟ କରିଛନ୍ତି।  ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସୌମ୍ୟଙ୍କ ଟାର୍ଗେଟ କରି ସେ ଜଣେ ସ୍ୱାର୍ଥପର ନେତା ବୋଲି କହିସାରିଛନ୍ତି।  ଦୀର୍ଘ ଦିନ ହେଲା ସୌମ୍ୟ ନିଜ ଗଣମାଧ୍ୟମ ସହାୟତାରେ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି ।

ଫାଇଭ ଟି ସଚିବଙ୍କ ହେଲିକେପ୍ଟର ବୁଲାକୁ ନେଇ ସେ ସରକାରୀ ବ୍ୟବସ୍ଥାକୁ ଖତେଇ ହେଉଛନ୍ତି । ରାଜ୍ୟ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ସେ ସାମ୍ନାକୁ ଆଣୁଛନ୍ତି।  ବୋଧହୁଏ ସେହି କାରଣରୁ ସୌମ୍ୟ ଏବେ ସରକାରୀ ଦଳର ନେତାଙ୍କ ଚକ୍ଷୁଶୁଳ ପାଲଟିଛନ୍ତି ତେବେ ସେ ଯାହା ବି ହେଉନା କାହିଁକି ଅରୁଣ ଏବଂ ଅତନୁଙ୍କ ବିଳମ୍ବରେ ମୁହଁ ଖୋଲାକୁ ନେଇ ଏବେ ସାଧାରଣରେ  ଅନେକ ପ୍ରଶ୍ନ ଉଠିଛି ।

ଏମାନେ ନିଜେନିଜେ ସୌମ୍ୟାଙ୍କ ଟାର୍ଗେଟ କରୁଛନ୍ତି ନ। ଏହା ପଛରେ କାହାର ଇଶାରା ଅଛି ତାକୁ ନେଇ ଚର୍ଚା ହେଉଛି।  ଶୁଣାଯାଉଥିବାର ଖବର ଅନୁସାରେ ସୌମ୍ୟ କୁଆଡେ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଦଶା ଭୋଗିବେ ବୋଲି ଆଲୋଚନା ହେଉଛି ।  ନହେଲେ ଅରୁଣ ଏବଂ ଅତନୁଙ୍କ ଭଳି ନେତା ତାଙ୍କ ଵିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦିଅନ୍ତେ ନାହିଁ ବୋଲି ଲୋକ କୁହାକୁହି ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି