Masthead

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗିରଫ

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସଭାପତି ଗିରଫ । ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହେଲେ ଏନ. ଚନ୍ଦ୍ରବାବୁ ନାଇଡ଼ୁ । ଆଜି ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ ।

 

ଚନ୍ଦ୍ରବାବୁ ନାଇଡୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତି ନିବାରଣ ଆଇନ ୧୯୮୮ ଅନୁସାରେ, ୧୨୦(୮), ୧୬୬, ୧୬୭, ୪୧୮, ୪୨୦, ୪୬୫, ୪୭୧, ୪୦୯, ୨୦୧, ୧୦୯, ୩୪ ଓ ୩୭ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ