ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ନୂଆଦିଲ୍ଲୀ ରାଜଘାଟରେ G-20ରେ ସାମିଲ ବିଭିନ୍ନ ରାଷ୍ଟ୍ର ମୁଖ୍ୟ । ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଖଦିରେ ପ୍ରସ୍ତୁତ ଉପଢୌକନ ଦେଇ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଗାନ୍ଧିଜୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେବେ ବିଶ୍ୱନେତା। ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ‘ୱାନ ଫ୍ୟୁଚର’ ଉପରେ ହେବ ଆଲୋଚନା । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ ଉପରେ ୧୭୦ ଜଣ ଅତିଥି ଭାରତ ମଣ୍ଡପମରେ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ୨ଟି ବୈଠକ ହୋଇଥିଲା । ନୂଆଦିଲ୍ଲୀର ଘୋଷଣାପତ୍ରକୁ ୧୦୦ ପ୍ରତିଶତ ମଞ୍ଜୁରୀ ମିଳିଛି । ଦୀର୍ଘ ଘଣ୍ଟାର ଆଲୋଚନା ପରେ ୟୁକ୍ରେନ ବିବାଦକୁ ନେଇ ରହିଥିବା ଘୋଷଣାନାମା ଉପରେ ସହମତି ପ୍ରକାଶ କରିଛନ୍ତି । ବିଶ୍ୱରେ ବିଶ୍ୱାସର ସଙ୍କଟ କଥା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା