Masthead

ଯୁବକଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗିଲେ ଦୁର୍ବୃତ୍ତ

ଶେରଗଡ(ବଡ଼ ଖବର ବ୍ୟୁରୋ); ଯୁବକଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଲେ ଅଜଣା ଦୁର୍ବୁତ୍ତ । ଏସଡିପିଓଙ୍କ ତଦନ୍ତ ଆରମ୍ଭ । ପଛରେ ବସିଥିବା ପିଲାକୁ ଅଟକ ରଖି ପଚରା ଉଚରା ଜାରି । ଶେରଗଡ ବ୍ଳକ ଅନ୍ତର୍ଗତ ବାରସିଙ୍ଗି ପୋଲ ଉପରେ ବିବତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାକୁ ନେଇ ବାରସିଙ୍ଗି ପୋଲ ଓ ଶେରଗଡ ଡାକ୍ତର ଖାନାରେ ଜନସମାଗମ ଲାଗିରହିଛି। ହତ୍ୟାକାଣ୍ଡ ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କୁମାର ପାଣି ଗ୍ରାମର ମଧୁସୂଦନ ବିଷୋୟୀ, ବୟସ ୪୫ବର୍ଷ।

ବାଇକର ପଛପଟେ ତାଙ୍କ ଗ୍ରାମର କ୍ରୁଷ୍ଣ ନାୟକକୁ ପଛପଟେ ବସାଇ ନିଜ ଗ୍ରାମ କୁମାର ପାଣି ଫେରୁଥିବା ବେଳେ ବାରସିଙ୍ଗି ପୋଲ ଉପରେ ହଠାତ୍ ତାଙ୍କୁ ଅଟକାଇ ନିର୍ଧୁମ ପିଟିଥିଲେ । ଧାରୁଆ ଅସ୍ତ୍ର ରେ ମୁଣ୍ଡ ରେ ଆକ୍ରମଣ କରିବା ସହ ଅଚେତ ଅବସ୍ଥା ରେ ନନ୍ଦିନୀ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ।ଏବଂ ଶେରଗଡ ଥାନାର ଏସଆଇ ସତ୍ୟଜିତ ବେଣିଆ ସଦଳବଳେ ମଧୁର ଶବକୁ ନନ୍ଦିନୀ ନଦୀରୁ ଉଦ୍ଧାର କରି ଶେରଗଡ ଡାକ୍ତର ଖାନାରେ ସ୍ଥାନାନ୍ତରିତ କରିଛି।

ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ କହିଛି। ପଛରେ ବସିଥିବା କ୍ରୁଷ୍ଣ ନାୟକକୁ ଗ୍ରାମ ରୁ ଡକାଇ ଆଣି ଥାନାରେ ଅଟକ ରଖିଛି। ଘଟଣା ସ୍ଥଳକୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଆସିକା ଏସଡିପିଓ ଉମାଶଙ୍କର ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲ ଉପରେ ପଡିଥିବା ରକ୍ତ ନମୁନା ସଂଗ୍ରହ, ପାଖରେ ଥିବା ଏକ ଦୋକାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି ଶେରଗଡ ପୋଲିସ।

ଯଦି ଉକ୍ତ କୌଣସି ତରଫରୁ ଏତଲା ଦିଆଯାଇ ନାହିଁ ତଥାପି ପୋଲିସ ତଦନ୍ତ ଚଳେଇଛି। ପଛରେ ବସିଥିବା ପିଲାକୁ ପଚରା ଉଚରା ଓ ପାରିପାର୍ଶ୍ୱିକ ସ୍ଥିତି ତଦନ୍ତ ପରେ ଅଜଣା ଦୁର୍ବୁତ୍ତ ମାନଙ୍କୁ ଧରିବାର ସହଜ ହେବ ବୋଲି ପୋଲିସ ଅନୁମାନ କରୁଛି। କାହିଁକି ଅଜଣା ଦୁର୍ବୁତ୍ତ ମାନେ ମଧୁକୁ ହତ୍ୟା କଲେ କାରଣ ଅସ୍ବଷ୍ଟ ରହିଛି। ତଥାପି ଲୋକ ଚଳାଚଳ ଭିତରେ କେମିତି ଦୁର୍ବୃତ୍ତମାନେ ଏପରି କାଣ୍ଡ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି