Masthead

ଧରାପଡିଲେ କୋଟିପତି ଅଧ୍ୟାପକ

ଗଜପତି, (ବଡ଼ ଖବରୁ ବ୍ୟୁରୋ): ଗଜପତି ଜିଲ୍ଲା ଗୁରାଣ୍ଡି ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି । ଏକା ସାଙ୍ଗରେ ୬ଟି ସ୍ଥାନରେ ହୋଇଛି ରେଡ଼ । ନାଗେଶ୍ୱରଙ୍କ ପାରଳାଖେମୁଣ୍ଡି ସହରର ରାଧାଗୋବିନ୍ଦ ନଗରରେ ଥିବା ଘର, ବେତାଗୁଡ଼ା ମାର୍କେଟ କମ୍ଫେ୍ଳକ୍ସ, ବୁର୍ଜାଙ୍ଗସ୍ଥିତ ପୈତୃକ ଘର, ଆନ୍ଧ୍ରପ୍ରଦେଶ ଚିପୁରପଲ୍ଲିରେ ଥିବା ଶ୍ୱଶୁର ଘରେ ମଧ୍ୟ ଚଢ଼ଉ କରାଯାଇଛି । ନାଗେଶ୍ୱରଙ୍କ ଘରୁ ନଗଦ ୩୧ ଲକ୍ଷ ଟଙ୍କା, ଏକାଧିକ ବ୍ୟାଙ୍କର ପାସବୁକ, ବିଭିନ୍ନ ସ୍ଥାନରେ ଥିବା ଜମିପଟ୍ଟା ଓ ସୁନା ଗହଣା ଆଦି ଜବତ କରାଯାଇଛି । ଶେଷ ଖବର ମିଳିବା ସୁଦ୍ଧା ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି । ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ସରିବା ପରେ ପ୍ରକୃତରେ ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଜଣେ ଅଧ୍ୟାପକଙ୍କ ପାଖରେ କେତେ ପରିମାଣର ସଂପତ୍ତି ରହିଛି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼