Masthead

ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ଏଜେଣ୍ଡା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସେପ୍ଟେମ୍ବର ୧୮ରୁ ବସିବ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏଜେଣ୍ଡା ଜାରି କରିଛନ୍ତି କରିଛନ୍ତିନ କେନ୍ଦ୍ର ସରକାର । ଅଧିବେଶନରେ କେଉଁ ବିଷୟରେ ଆଲୋଚନା ହେବ । କେଉଁ କେଉଁ ବିଲ୍ ଉପରେ ଫୋକସ କରାଯିବ । ସେ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ଆଲୋଚନା ହେବ । ଏହି ଅବସରରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ଆଜି ଯାଏଁ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା ହେବ । ଏଥିସହ ୪ଟି ବିଲ ଉପସ୍ଥାପିତ କରାଯିବ ।

ଆଡଭୋକେଟସ୍ ସଂଶୋଧାନ ବିଲ ୨୦୨୩ ଓ ପ୍ରେସ ଏବଂ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ୍ସ ବିଲ୍-୨୦୨୩ ଉପସ୍ଥାପିତ କରାଯିବ । ଏହି ଦୁଇଟି ବିଲ ରାଜ୍ୟସଭାରେ ପାସ ହୋଇ ସାରିଛି । ୪ ଅଗଷ୍ଟରେ ଏହି ଦୁଇଟି ବିଲ୍ ଲୋକସଭାରେ ଆଗତ କରିସାରିଛନ୍ତି କେନ୍ଦ୍ର ସରକାର । ଏବେ ଏହା ଉପରେ ଆଲୋଚନା କରାଯାଇ ବିଲ ଦୁଇଟିକୁ ପାସ କରାଯିବ । ସେହିପରି ପୋଷ୍ଟ ଅଫିସ ବିଲ-୨୦୨୩ ଓ ଚିଫ ଇଲେକ୍ସନ କମିଶନର ଓ ଅଦର ଇଲେକ୍ସନ କମିଶନ ବିଲ-୨୦୨୩ ବି ଆଗତ ହେବ । ସ୍ୱତନ୍ତ୍ର ଅଧିବେଶନକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହିତ ଏଜେଣ୍ଡା ଜାରି କରିବାକୁ ଦାବି କରିଥିଲେ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ତାରିଖ ଯାଏଁ ହେବ । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ