Masthead

ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ଏଜେଣ୍ଡା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସେପ୍ଟେମ୍ବର ୧୮ରୁ ବସିବ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏଜେଣ୍ଡା ଜାରି କରିଛନ୍ତି କରିଛନ୍ତିନ କେନ୍ଦ୍ର ସରକାର । ଅଧିବେଶନରେ କେଉଁ ବିଷୟରେ ଆଲୋଚନା ହେବ । କେଉଁ କେଉଁ ବିଲ୍ ଉପରେ ଫୋକସ କରାଯିବ । ସେ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ଆଲୋଚନା ହେବ । ଏହି ଅବସରରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ଆଜି ଯାଏଁ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା ହେବ । ଏଥିସହ ୪ଟି ବିଲ ଉପସ୍ଥାପିତ କରାଯିବ ।

ଆଡଭୋକେଟସ୍ ସଂଶୋଧାନ ବିଲ ୨୦୨୩ ଓ ପ୍ରେସ ଏବଂ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ୍ସ ବିଲ୍-୨୦୨୩ ଉପସ୍ଥାପିତ କରାଯିବ । ଏହି ଦୁଇଟି ବିଲ ରାଜ୍ୟସଭାରେ ପାସ ହୋଇ ସାରିଛି । ୪ ଅଗଷ୍ଟରେ ଏହି ଦୁଇଟି ବିଲ୍ ଲୋକସଭାରେ ଆଗତ କରିସାରିଛନ୍ତି କେନ୍ଦ୍ର ସରକାର । ଏବେ ଏହା ଉପରେ ଆଲୋଚନା କରାଯାଇ ବିଲ ଦୁଇଟିକୁ ପାସ କରାଯିବ । ସେହିପରି ପୋଷ୍ଟ ଅଫିସ ବିଲ-୨୦୨୩ ଓ ଚିଫ ଇଲେକ୍ସନ କମିଶନର ଓ ଅଦର ଇଲେକ୍ସନ କମିଶନ ବିଲ-୨୦୨୩ ବି ଆଗତ ହେବ । ସ୍ୱତନ୍ତ୍ର ଅଧିବେଶନକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହିତ ଏଜେଣ୍ଡା ଜାରି କରିବାକୁ ଦାବି କରିଥିଲେ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ତାରିଖ ଯାଏଁ ହେବ । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !