ଏସିଆ କପ୍ ସୁପର ୪ ରାଉଣ୍ଡ, ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପ୍ ସୁପର ୪ ରାଉଣ୍ଡ । ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ଫାଇନାଲକୁ ଯିବ ବିଜୟୀ ଦଳ । ସେପଟେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି । ପୂର୍ବରୁ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଆଜି ଯେଉଁ ଦଳ ମ୍ୟାଚ ଜିତିବ ସେହି ଦଳ ଭାରତ ସହିତ ଫାଇନାଲରେ ଖେଳିବ । ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି । ଶ୍ରୀଲଙ୍କା ଘରୋଇ ପରିବେଶରେ ଭଲ ଖେଳୁଥିବାରୁ ପୂର୍ଣ୍ଣ ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନକୁ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି। ୱାନିନ୍ଦୁ ହସରଙ୍ଗା, ଦୁଷ୍ମନ୍ତ ଚାମିରା, ଲାହିରୁ କୁମାରାଙ୍କ ଭଳି ପ୍ରଥମ ପସନ୍ଦ ଖେଳାଳିଙ୍କ ବିନା ଅବତୀର୍ଣ୍ଣ ହୋଇଥିବା ଦଳକୁ ଦାସୁନ ସଣକା ଭଲ ସମ୍ଭାଳିଛନ୍ତି । ଦୁନିଥ ୱେଲାଲଗେ, ମଥିସା ପଥିରଣା, ମହେଶ ତୀକ୍ଷଣାଙ୍କ ଭଳି ଯୁବ ଖେଳାଳି ପ୍ରଭାବ ଛାଡ଼ିପାରିଛନ୍ତି । ପାକିସ୍ତାନର ବୋଲର ସାହିନ ସାହ ଆଫ୍ରିଦିଙ୍କୁ ମୁକାବିଲା କରିପାରିଲେ ଶ୍ରୀଲଙ୍କାର ବିଜୟ ସହଜ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’