Masthead

କର ବା ମର ସ୍ଥିତିରେ ମୁହାଁମୁହିଁ ହେବେ ରାଜସ୍ଥାନ-ଚେନ୍ନାଇ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜିନର ୩୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଆବୁଧାବିରେ ଖେଳିବେ। ଚେନ୍ନାଇ ୯ଟି ମ୍ୟାଚ ଖେଳି ୩ଟି ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ରାଜସ୍ଥାନ ୯ ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଦୁଇ ଦଳ ସେମାନଙ୍କ ପୂର୍ବ ମ୍ୟାଚ ହାରିଛନ୍ତି। ପଏଣ୍ଟ ଟେବୁଲର ଟପ୍-୪ ଦଳ ମଧ୍ୟରେ ରହିବାକୁ ହେଲେ ଆଜିର ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୨ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନାଇ ୧୪ ଓ ରାଜସ୍ଥାନ ୮ ମ୍ୟାଚରେ ବାଜି ମାରିଛି। ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୧୬ରନରେ ପରାସ୍ତ କରିଥିଲା ରାଜସ୍ଥାନ। ଆଜିର ମ୍ୟାଚ ଜିତି ଚେନ୍ନାଇ ପୂର୍ବ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଉଭୟ ଦଳ ସେମାନଙ୍କ ପୂର୍ବ ମ୍ୟାଚ ପରାଜୟ ବରଣ କରିଥିଲେ। ପୂର୍ବ ମ୍ୟାଚରେ ଚେନ୍ନାଇକୁ ଲାଗିଥିଲା ବଡ଼ ଝଟକା। ମ୍ୟାଚ ପରାଜୟ ପରେ ଚେନ୍ନାଇ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ଗଭୀର ଆଘାତ ଲାଗିଥିଲା। ଫଳରେ ସେ ଦୁଇ ସପ୍ତାହ ପାଇଁ ଖେଳିପାରିବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଆଜିର ଏହି କର ବା ମର ସ୍ଥିତିରେ ଉଭୟ ଦଳରେ କିଛିଟା ପରିର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା