Masthead

ଘରୋଇ ବିଦ୍ୟାଳୟର ଦାୟିତ୍ୱହୀନତା ଯୋଗୁ ବିପଦରେ ଶିକ୍ଷାର୍ଥୀଙ୍କ ଜୀବନ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁଦିନ ଘରୋଇ ବିଦ୍ୟାଳୟମାନ ବଢିବାରେ ଲାଗିଛି । ଚାନ୍ଦବାଲି ବ୍ଲକରେ ଛତୁ ଫୁଟିଲା ପରି ମାଲମାଳ ଘୋରାଇ ଶିକ୍ଷା ଅନୁଷ୍ଠାନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ସମସ୍ତ ନିୟମକୁ ଫୁକରି ଏମିତି ଘରୋଇ ବିଦ୍ୟାଳୟ ଚାଲୁଥିବା ଦେଖିବାକୁ ମିଳୁଛି। କାଗଜପତ୍ର ବିହିନ ଗାଡ଼ିରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରାଯାଉଛି ।

କିନ୍ତୁ ଘରୋଇ ସ୍କୁଲର ଏଭଳି ଦାୟିତ୍ୱହୀନତା ଯୋଗୁ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଘ.ଇ.ଉ ଅନ୍ତର୍ଗତ କାଳୀମନ୍ଦିର ନିକଟରେ ଥିବା ସୋଫିଆ ଇଂଲିଶ ମିଡ଼ିୟମ ସ୍କୁଲରେ। ଏକଭଙ୍ଗା ଦଦରା ଗାଡ଼ିରେ ଛୋଟଛୋଟ ପିଲାଙ୍କୁ ନେଇ ସ୍କୁଲ୍ ରୁ ଫେରୁଥିବା ସମୟରେ ଚାନ୍ଦବାଲି ବ୍ଲକ୍ ରୋଡ ତଥା ବ୍ଲକ୍ ଆଗରେ ହଠାତ୍ ଗାଡ଼ିର ପଛ ଡୋର ଖୋଲି ଯାଇଥିଲା ।

ଏବଂ ଗାଡ଼ି ଚାଲୁଥିବା ଅବସ୍ଥାରେ ଦୁଇଟି ପିଲା ଗାଡ଼ିରୁ ଖସି ପଡ଼ିଥିଲେ ଓ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକ ପାଟି କରିବାରୁ ଗାଡ଼ିଟି ଅଟକିଥିଲା ଓ ସେଥି ମଧ୍ୟରୁ ଜଣେ ଛାତ୍ରୀଙ୍କ ମୁଁହ ଫାଟି ରକ୍ତ ବୋହିବାରୁ ତୁରନ୍ତ ପିଲାଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ଓ ତେବେ ପଛପଟୁ କୌଣସି ଗାଡ଼ି ଆସୁ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରୀ ଜଣଙ୍କ ।

ତେବେ ଏସମ୍ପର୍କରେ ସ୍କୁଲର ଚେୟାରମ୍ୟାନ ରଞ୍ଜନ କୁମାର ଦାସ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିବାକୁ ସଫା ସଫା ମନା କରିଦେଇଥିଲେ ଓ ଗାଡ଼ିର ଫିଟନେସ ନଥିବା କଥା ନିଜେ କହିଛନ୍ତି କ୍ଷ ବ୍ଲକ ଶିକ୍ଷା ଅଧିକାରୀ ଘରୋଇ ଶିକ୍ଷା ଅନୁଷ୍ଠାନ ପାଖରୁ ମୋଟା ଅଙ୍କରେ ହାତ ଗୁଞ୍ଜା ନେଇ ଏମିତି କରୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି କ୍ଷ ତୁରନ୍ତ ଏଭଳି ଘୋରାଇ ସ୍କୁଲ ଉପରେ କାର‌୍ୟ୍ୟନୁଷ୍ଠାନ ହେବା ଦରକାର ବୋଲି ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା