Masthead

କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ(ବଡ଼ ଖବର ବ୍ୟୁରୋ): କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣା ଆହତ । ଗତକାଲି ରାତିରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ମନୋଜର ବାମ ଗୋଡ଼ ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାଙ୍କୁ ଏସସିବି କାଜୁଏଲଟିରେ ଭର୍ତ୍ତି କରାଯାଇଛି । କଟକ ଭାଣପୁର ବାସିନ୍ଦା ମନୋଜ ମହାରଣା ଓରଫ ମଙ୍ଗୁ କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ସୁଚନା ମିଳିଛି । ଘଟଣା ପରଠାରୁ ଫେରାର ଥିଲା ମନୋଜ ଓରଫ ମଙ୍ଗୁ । କନ୍ଦରପୁର ଅଞ୍ଚଳରେ ମଙ୍ଗୁ ମହାରଣା ଲୁଚି ରହି ଥିବାର ଖବର ପାଇବା ପରେ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ସେ ସଦର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା । ଫଳରେ ଆତ୍ମ ରକ୍ଷା ପାଇଁ ପୋଲିସ ମଙ୍ଗୁକୁ ଗୁଳି କରିଥିଲ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ମନୋଜ ନାଁ ରେ ପୂର୍ଵରୁ ୮ ଟି ମାମଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ