ରାଇକିଆ, (ବଡ଼ ଖବର ବ୍ୟୁରୋ) : ଗାଁକୁ ନାହିଁ ପୋଲ । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ପଞ୍ଚାୟତ ବିରିନ୍ଦପଡ଼ା ଗ୍ରାମକୁ ଯିବାକୁ ହେଲେ ପ୍ରାୟ ୬ କିଲୋମିଟର ଦୂରରୁ ଚାଲିକରି ଯିବାକୁ ପଡ଼ୁଛି। ମୁଖ୍ୟ ରାସ୍ତାରୁ ବିରିନ୍ଦାପଡ଼ା ଗ୍ରାମ କେବଳ ଅଧ କିଲୋମିଟର ଦୂର। ମାତ୍ର ମଝିରେ କାଳିପେନୁ ନଦୀ ଦୁଇ ଗାଁକୁ ବିଭକ୍ତ କରିଛି। ଏଠାରେ କୌଣସି ପୋଲ ନ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ଧରି ଗ୍ରାମବାସୀ ନିଜ ଉଦ୍ୟମରେ ଗୋଟିଏ ତାର ପୋଲ ନିର୍ମାଣ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବ ପରେ ପ୍ରଶାସନ ଆସି ପୋଲ ଉପରୁ ତାର କାଢ଼ିନେଲେ। ହେଲେ କିପରି ଲୋକେ ନଦୀ ପାର ହେବେ ସେ ବ୍ୟବସ୍ଥା କଲେନାହିଁ। ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ସ୍ଥାନୀୟ ଲୋକେ ଆଜି ଏକ କାଠ ପୋଲ ନିର୍ମାଣ କରିଛନ୍ତି ଏବଂ ଆଉଥରେ ଏହି ପୋଲକୁ ନ ଖେଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
Prev Post
Next Post
ଆଗକୁ ପଢନ୍ତୁ