Masthead

ବିନାଭକ୍ତରେ ସପ୍ତମୀ ପୂଜା

ପୁରୀ, (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା । ଆଶ୍ୱୀନ ଶୁକ୍ଳ ପ୍ରତିପଦା ଠାରୁ ନାରାୟଣୀ ମନ୍ଦିରକୁ ବିଜେ କରୁଛନ୍ତି ଦୁର୍ଗାମାଧବ । ଦୁର୍ଗାମାଧବ ଉପାସନା ଗୋଟପଟେ ଚାଲିଥିବା ବେଳେ ସେପଟେ ମା’ ବିମଳାଙ୍କ ପ୍ରତୀକ ମା’ କାକୁଡ଼ିଖାଇଙ୍କ ପୀଠରେ ଆଜିଠାରୁ ସପ୍ତମୀ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି । ମା’କାକୁଡିଖାଇଙ୍କ ପୀଠ ସମେତ ମା ବାରବାଟୀ ଜହ୍ନିଖାଇ, ଗେଲବାଇ, ଭୋଗ ଜାଗା ଠାକୁରାଣୀ, ଶୂନ୍ୟ ଗୋଶାଣୀ, ବସନ୍ତେଇ, ବନଦୁର୍ଗା, ପଣାପ୍ରିୟା ପୀଠରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଯେହେତୁ ଏ ସମସ୍ତ ଦେବୀପୀଠ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଏଣୁ ପୀଠ ଠାକୁରାଣୀଙ୍କ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି ।

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳା ହୋଇଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସମସ୍ତ ଦେବୀପୀଠରେ ବିଶେଷ ରୀତିନୀତି ଦ୍ୱାରା ମା’ଙ୍କ ଆରାଧନା କରାଯାଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କଙ୍କ ଦର୍ଶନ କୁ ବନ୍ଦ କରାଯାଇଛି । ପରମ୍ପରା ରକ୍ଷା କରି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା