Masthead

ସହାୟତା ଆଶାରେ ଗୋଲାପ

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ। ଦିଓଳି ଦି ମୁଠା ଖାଇବାକୁ ବି ମିଳୁନି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ଗାଁରେ । ସ୍ୱାମୀ, ଶଶୁର ଓ ଶାଶୁ ଅଜଣା ରୋଗରେ ଆଗପଛ ହେଇ ୩ବର୍ଷ ମଧ୍ୟରେ ଅରପାରିକୁ ଚାଲିଗଲେ। ଘରେ ୩ ଛୋଟ ଛୁଆଙ୍କୁ ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ଗୋଲାପ। ୪ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଇବା ଗୋଲାପଙ୍କ ପାଇଁ କଷ୍ଟ ହୋଇପଡ଼ୁଛି। ଅସୁବିଧାରେ ଚଳୁଥିଲେ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ଗୋଲାପ। । ଭଙ୍ଗା ଦଦରା ଘରେ ୪ ଜଣ ଚଳିବା କଷ୍ଟକର ହୋଇପଡ଼ୁଛି। ସ୍ୱାମୀଙ୍କ ମୃତ୍ୟୁପରେ ପିଲାଙ୍କୁ ମଣିଷ କରିବା ଲାଗି ଅସୁମାରୀ ସ୍ୱପ୍ନ ଦେଖିଛନ୍ତି ଗୋଲାପ। ପରଘରେ ବାସନ ମାଜି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳିବା କଷ୍ଟକର । ୪ଜଣଙ୍କ ଲାଗି ଦାନା ଯୋଗାଡ଼ କରିବା କେତେ ଯେ କଷ୍ଟ ତାହା ସେ ହିଁ ଜାଣନ୍ତି। ଖୁବଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସୁକିନ୍ଦା ବିଡିଓ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅସହାୟ ପରିବାରକୁ କେବେ ସରକାରୀ ସହାୟତା ମିଳୁଛି ତାହା ଉପରେ ‘ବଡ଼ ଖବର ନଜର’ ରଖିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା