Masthead

୩ମାସ ନ ପୁରୁଣୁ ରାସ୍ତାଫାଟି ଆଁ କଲାଣି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):ବାଂଶଡା ସେତୁ ନିର୍ମାଣ କାର୍ଯ୍ୟକୁ ୩ମାସ ନ ପୁରୁଣୁ ରାସ୍ତାଫାଟି ଆଁ କଲାଣି । ୨୯ କୋଟି ବ୍ୟୟ ଅଟକଳରେ ରାସ୍ତା କାମ ହୋଇଥିଲା । ନିମ୍ନମାନର କାର୍ଯ୍ୟକରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଫେରାର । ନିମ୍ନମାନର କାର୍ୟ୍ୟକରି ଯନ୍ତ୍ରି ଓ ଠିକାଦାର ମାଲାମାଲ ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଚାନ୍ଦବାଲିରୁ ଆସିଛି ଏଭଳି ଅଭିଯୋଗ । କଣ୍ଟାବାଞ୍ଝି ୨୫୫ମିଟର ଲମ୍ବର ଏହି ସେତୁ ହୋଇଥିବା ବେଳେ ପ୍ରସ୍ଥ ୨୦ ମିଟର।

୨୯ କୋଟି ବ୍ୟୟ ଅଟକଳ ରେ ହୋଇଥବା ଏହି ସେତୁକୁ ନାବାଡ଼ ସହାୟତା ରାଶି ପ୍ରଦାନ କରିଥିବା ବେଳେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ କୁ ଏହି ସେତୁ କୁ ଟେଣ୍ଡର କରି ହରିଆଣା ରାଜ୍ୟର ସିଂଲା ସିଭିଲ କମ୍ପାନୀ ସହ ଟେଣ୍ଡର ନେଇ କାର୍ୟ୍ୟ କରିଥିଲେ।ସେତୁ ସମ୍ପୂର୍ଣ ହେବାର ୩ମାସ ନପୁରୁଣୁ ସଂଯୋଗୀ କରଣ ରାସ୍ତା ଫାଟିବା ସହ ସେତୁ ର ଉତ୍ତର ପଟରେ ଢ଼ଳେଇ ରେ ମଧ୍ୟ ଫାଟ ସୃଷ୍ଟି ହୋଇଛି।ନିଜର ଦୋଷ କୁ ଘୋଡାଇବା ପାଇଁ ଉକ୍ତ ଠିକାଦାର ଏବଂ ଯନ୍ତ୍ରୀ ଏଥିରେ ସିମେଣ୍ଟ ମାରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାଏଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ତୁରନ୍ତ ଏହି ସେତୁର ନିମ୍ନମାନର କାର୍ୟ୍ୟକୁ ତଦନ୍ତ କରାଯାଇ ବିଭାଗୀୟ ଯନ୍ତ୍ରୀ ଏବଂ ଉକ୍ତ ଠିକାଦାର ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ