Masthead

ଗାଁ କୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା

ଘସିପୁରା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ଖଡିକାଶୁଳବାହାଳୀ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ମହିଳାମାନେ ଆଜି ଅଣ୍ଟା ଭିଡ଼ି ଫ୍ଲାକକାର୍ଡ ଧରି ପ୍ରଚାର କରିଛନ୍ତି। ଏଥିପାଇଁ ମହିଳାଙ୍କ ପକ୍ଷରୁ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ଗାଁର ଶତାଧିକ ମହିଳା ଝାଡ଼ୁ, ଠେଙ୍ଗା ଓ ପ୍ଲାକାର୍ଡ ଧରି ମଦ ବିରୋଧି ନାରା ଦେଇ ସାହି ସାହି ବୁଲି ପଦଯାତ୍ରା କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ ଚୋରା ମଦ ବେପାରୀ ଓ ମଦ୍ୟପଙ୍କୁ କଡା ଚେତାବନୀ ଦେଇଥିଲେ।

ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତି ବିଶେଷ ୨୪ ଘଣ୍ଟା ଭିତରେ ସେମାନଙ୍କ ବେପାର ବନ୍ଦ କରିବାକୁ ତାଗିଦ କରିଥିଲେ। ପଦଯାତ୍ରାକୁ ସମର୍ଥନ କରି ଗ୍ରାମର ସମସ୍ତ ଜନସାଧାରଣ ଗାଁ ମଣ୍ତପ ନିକଟରେ ଏକତ୍ରୀତ ହୋଇ ଗାଁକୁ ନିଶାମୁକ୍ତ ଗାଁ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ରେ ସମସ୍ତେ ସମର୍ଥନ ଜଣାଇ ସାମୂହିକ ଶପଥ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା